www.samajalive.in
Sunday, December 7, 2025
23.1 C
Bhubaneswar

ଦେଖନ୍ତୁ ଭିଡିଓ ; ବାରାଣସୀ ଚାଟ୍ ଦୋକାନରେ ନୀତା ଅମ୍ବାନୀ, ଆଳୁ ଚାଟ୍ ଖାଇ ଏମିତି କହିଲେ..

ନୂଆଦିଲ୍ଲୀ : ଦେଶର ସବୁଠାରୁ ଧନୀ ବ୍ୟକ୍ତି ତଥା ବିଶିଷ୍ଟ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀ ସୋମବାର ବାରାଣସୀରେ ଥିଲେ। ଏହି ସମୟରେ ସେ ଏକ ସାଧାରଣ ଚାଟ୍ ଦୋକାନକୁ ଯାଇ ସେଠାରେ ଥିବା ସ୍ୱାଦିଷ୍ଟ ଖାଦ୍ୟର ମଜା ନେଇଥିଲେ। ଆସନ୍ତା ମାସରେ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ପୂର୍ବରୁ ନୀତା କାଶି ବିଶ୍ୱନାଥ ମନ୍ଦିରରେ ଦର୍ଶନ ପାଇଁ ଯାଇଥିଲେ। ଏହି ଅବସରରେ ସେ ତାଙ୍କ ପୁଅ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟଙ୍କ ବିବାହ କାର୍ଡ ଭଗବାନ ଶିବଙ୍କୁ ଦେଇ ନିମନ୍ତ୍ରଣ କରିଛନ୍ତି।

ଜୁଲାଇ ୮ ; ଶନି,ରାହୁ ବଦଳାଇବେ ଏହି ରାଶିଙ୍କ ଭାଗ୍ୟ, ମିଳିବ ଧନ ହିଁ ଧନ, ସଫଳତା..

- Advertisement -

ମନ୍ଦିର ଦର୍ଶନ କରିବା ପରେ ଚାଟ୍ ଦୋକାନରେ ପହଞ୍ଚିଥିଲେ ନୀତା ଅମ୍ବାନୀ। ଦୋକାନୀଙ୍କ ସହ କଥାବାର୍ତ୍ତା କରୁଥିବା ମଧ୍ୟ ଦେଖାଯାଇଥିଲା। ଏହାପରେ ଖାଦ୍ୟ ତାଲିକା ଦେଖିବା ପରେ ଆଳୁ ଚାଟ୍ ତାଙ୍କୁ ପରସା ଯାଇଥିଲା। ସେହି ସମୟରେ ସେ କହିଥିଲେ ଚାଟ୍ ମୁକେଶଙ୍କୁ ଖୁବ୍ ପସନ୍ଦ। ମୁକେଶ ଅମ୍ବାନୀ ସ୍ୱାତୀ ସ୍ନାକ୍ସର ଜଣେ ନିୟମିତ ଗ୍ରାହକ। ରିପୋର୍ଟ ଅନୁଯାୟୀ, ସପ୍ତାହକୁ ଥରେ ସେ ନିଶ୍ଚୟ ସେଠାରୁ ଚାଟ୍ ଅର୍ଡର କରି ଥାଆନ୍ତି।

ବାରାଣସୀର କାଶୀ ବିଶ୍ୱନାଥ ମନ୍ଦିରରେ ଦର୍ଶନ କରିବା ପୂର୍ବରୁ ନୀତା ଅମ୍ବାନୀ ଗଣ ମାଧ୍ୟମକୁ କହିଥିଲେ, ଭଗବାନଙ୍କୁ ଅର୍ପଣ କରିବା ପାଇଁ ଅନନ୍ତ ଓ ରାଧିକାଙ୍କ କାର୍ଡ ନେଇ ଆସିଛି। ଗଙ୍ଗା ଆଳତୀରେ ମଧ୍ୟ ସାମିଲ ହୋଇଥିଲେ।

ଅନନ୍ତ ଅମ୍ବାନୀ ଏବଂ ରାଧିକାଙ୍କ ବିବାହ ଜୁଲାଇ ୧୨ରେ ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ (ବି.କେ.ସି) ଜିଓ ୱାର୍ଲ୍ଡ ସେଣ୍ଟରରେ ହେବ। ରାଧିକା ବିରେନ୍ ମର୍ଚାଣ୍ଟ ଏବଂ ଶିଲା ମର୍ଚାଣ୍ଟଙ୍କ ଝିଅ। ବିବାହ ଉତ୍ସବ ତିନି ଦିନ ଧରି ଚାଲିବ। ଅମ୍ବାନୀ ପରିବାର ନିକଟରେ ଏକ ବିଳାସପୂର୍ଣ୍ଣ କ୍ରୁଜରେ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ପାଇଁ ବିବାହ ପୂର୍ବରୁ ଏକ ସମାରୋହ ଆୟୋଜନ କରିଥିଲେ। ଇଟାଲୀ ଏବଂ ଫ୍ରାନ୍ସରେ ଚାରି ଦିନ ଧରି ଚାଲିଥିବା ଏହି ଉତ୍ସବରେ ବଡ ବଲିଉଡ ଅଭିନେତାମାନେ ଅଂଶଗ୍ରହଣ କରିଥିଲେ। ଏହାପୂର୍ବରୁ ଅମ୍ବାନୀ ପରିବାର ମାର୍ଚ୍ଚରେ ଗୁଜୁରାଟର ଜାମନଗରରେ ଉତ୍ସବ ପାଳନ କରିଥିଲେ।

ଥାଇରଏଡ ପାଇଁ ଶରୀରରେ ହୁଏ ଏସବୁ ପରିବର୍ତ୍ତନ, ମିଳେ ଏହି ସଙ୍କେତ.. 

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories