www.samajalive.in
Sunday, December 7, 2025
26.1 C
Bhubaneswar

କପିଲଙ୍କୁ ସାହାଯ୍ୟ କଲେ ସୁଲତାନ୍ ସଲମାନ୍

ଦବଙ୍ଗ ଖାନ୍ ସଲମାନ୍‌ଙ୍କ ବଦାନ୍ୟତା ସମ୍ପର୍କରେ ପୂରା ବଲିଉଡ ଭଲଭାବେ ଅବଗତ। ସିନେତାରକାଙ୍କ ସନ୍ତାନଙ୍କୁ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରାଇବା ଠାରୁ ଆରମ୍ଭ କରି କୌଣସି ବ୍ୟକ୍ତିଙ୍କ ଅସୁବିଧାରେ ପୂର୍ଣ୍ଣ ସହଯୋଗ କରିବାରେ ଆଦୌ ହେଳା କରନ୍ତି ନାହିଁ ସୁଲତାନ୍ ସଲମାନ୍। ହସର ରାଜା ଭାବେ ଜଣାଯାଉଥିବା କପିଲ ଶର୍ମା ବିଭିନ୍ନ ବିବାଦରେ ଛନ୍ଦି ହୋଇପଡ଼ିବା ପରେ ତାଙ୍କ ଟେଲିଭିଜନ କ୍ୟାରିୟର ଏକରକମ୍ ଠପ୍ ହୋଇପଡ଼ିଛି। ବାରମ୍ବାର ଚେଷ୍ଟା କରିବା ସତ୍ତ୍ବେ କପିଲ କାର୍ୟ୍ୟକ୍ରମର ଶୁଭାରମ୍ଭ କରିପାରୁ ନାହାନ୍ତି। ତେବେ ନିକଟରେ ସୋସିଆଲ ସାଇଟ୍‌୍ରେ କପିଲ ଅବଗତ କରାଇଥିଲେ ଯେ ଖୁବ୍ ଶୀଘ୍ର ତାଙ୍କ ଟେଲିଭିଜନ କାର୍ୟ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଡିସେମ୍ବରରେ ଆରମ୍ଭ ହେବାକୁ ଥିବା ଏଇ କାର୍ୟ୍ୟକ୍ରମର ପ୍ରଯୋଜନା ସଲମାନ୍ କରିବେ ବୋଲି ପ୍ରକାଶ। ମୁମ୍ବଇର ଫିଲ୍ମସିଟିରେ ଏହାର ସେଟ୍ ନିର୍ମାଣ କାମ ଜୋର୍‌ସୋର୍‌ରେ ଚାଲିଛି। କପିଲ ଜଣେ ଉତ୍ତମ କଳାକାର, ଏକଥା ସଲମାନ୍ ବହୁପୂର୍ବରୁ କହିସାରିଛନ୍ତି। ଏଣୁ ଅସ୍ତଗାମୀ ହେଉଥିବା କପିଲଙ୍କ କ୍ୟାରିୟରର ଉଦୟ ନିମନ୍ତେ ସମସ୍ତ ପ୍ରଚେଷ୍ଟା ସଲମାନ୍ ଆରମ୍ଭ କରିସାରିଲେଣି ବୋଲି ୟୁନିଟ୍ ତରଫରୁ ସ୍ପଷ୍ଟ କରାଯାଇଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories