ହିମାଚଳ ତାପମାତ୍ରା ବିଯୁକ୍ତ ୫ ଡିଗ୍ରୀ ସେଲସିୟସ ତଳେ
ଶିମଲା : ହିମାଚଳ ପ୍ରଦେଶର ଉପରି ଭାଗରେ ତୁଷାରପାତ ଆରମ୍ଭ ହେବା ପରେ ତାପମାତ୍ରା ଖସିବାରେ ଲାଗିଛି। ଏହି କ୍ରମରେ ଶୁକ୍ରବାର ସକାଳେ ଲାହାଉଲ ଏବଂ ସ୍ପିତି ଜିଲାର କେଲାଙ୍ଗରେ ତାପମାତ୍ର ବିଯୁକ୍ତ ୫.୪ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ସେହିପରି କିନୌର ଜିଲାର କଳ୍ପାରେ ତାପମାତ ବିଯୁକ୍ତ ୧, କୁଫରିରେ ତାପମାତ୍ରା ବିଯୁକ୍ତ ୩.୬ ଏବଂ ଶିମଲାରେ ତାପମାତ୍ରା ୭ ଡିଗ୍ରୀ ସେଲସିୟସ ରହିଛି। ତେବେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦିନରେ ତାପମାତ୍ରା ଟିକିଏ ବଢିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାପରେ ତାପମାତ୍ରା ପୁନଃ ତଳକୁ ଖସିବ ବୋଲି କୁହାଯାଇଛି।