www.samajalive.in
Friday, December 12, 2025
26.1 C
Bhubaneswar

ଶ୍ରୀଲଙ୍କା ସଙ୍କଟ

ବୁଧବାର କଲମ୍ବୋରେ ଶ୍ରୀଲଙ୍କା ସଂସଦର ଅଧିବେଶନ ଆରମ୍ଭ ହେବା ପୂର୍ବରୁ ହିଁ ଏହା ସ୍ପଷ୍ଟ ହୋଇଯାଇଥିଲା ଯେ ସେଠାକାର ଘଟନାକ୍ରମ ନାଟକୀୟ ହେବ। ଏହି ଅଧିବେଶନଟି ଦୁଇ ସପ୍ତାହ ତଳେ ଗଠିତ ମହିନ୍ଦା ରାଜପକ୍ଷଙ୍କ ସରକାରର ବହୁମତ ପରୀକ୍ଷା ପାଇଁ ଡକାଯାଇଥିଲା। ଯେତେବେଳେ କୌଣସି ଦଳ ପାଖରେ ସଂଖ୍ୟାଗରିଷ୍ଠତା ନଥାଏ, ତେବେ ମାମଲାଟି ବେଶ୍ ରୋଚକ ହୋଇଯାଏ। ତେବେ ଶ୍ରୀଲଙ୍କାର ନୂଆ ସରକାର ଓ ନୂଆ ବିପକ୍ଷ ପାଇଁ ସଂଖ୍ୟାଗରିଷ୍ଠତାର ପରୀକ୍ଷା ଦେବା ନିରର୍ଥକ ମନେହେଉଥଲା, କାରଣ ମଙ୍ଗଳବାର ହିଁ ସେଠାକାର ସର୍ବୋଚ୍ଚ ନ୍ୟାୟାଳୟ ନିର୍ବାଚନ ଆୟୋଗକୁ ନିର୍ବାଚନ କରାଇବା ପାଇଁ ପ୍ରସ୍ତୁତ ରହିବାକୁ କହିଥିଲେ। ଏହି ଅଧିବେଶନରେ ଯାହାକିଛି ହେଲା, ତାହା ଶୁଦ୍ଧ ରାଜନୀତି ଛଡ଼ା ଅନ୍ୟ କିଛି ନୁହେଁ। ତେବେ ଅନାସ୍ଥା ଭୋଟରେ ନୂଆ ପ୍ରଧାନମନ୍ତ୍ରୀ ରାଜପକ୍ଷଙ୍କ ପରାଜୟ ବିବାଦୀୟଭାବେ ବିତାଡ଼ିତ ପ୍ରଧାନମନ୍ତ୍ରୀ ରଣିଳ ବିକ୍ରମସିଂହଙ୍କ ପକ୍ଷକୁ ବେଶ୍ ଶକ୍ତିଶାଳୀ କରିଛି। ସାମ୍ବିଧାନିକ ବିଧିବ୍ୟବସ୍ଥାକୁ ଉଲ୍ଲଙ୍ଘନ କରି ଗତ ମାସରେ ରାଷ୍ଟ୍ରପତି ମୈତ୍ରୀପାଳ ଶିରିସେନା ରାଜପକ୍ଷଙ୍କ ନିକଟରେ ସଂଖ୍ୟାଗରିଷ୍ଠତା ଅଛି କହି ତାଙ୍କୁ ପ୍ରଧାନମନ୍ତ୍ରୀ ପଦରେ ଅଭିଷିକ୍ତ କରିଥିଲେ। ବିସ୍ମୟର କଥା ଯେ ରାଜପକ୍ଷଙ୍କ ଭଳି ନେତା ମଧ୍ୟ କିଛି ନଭାବିଚିନ୍ତି ଏହାକୁ ସ୍ବୀକାର କରିଥିଲେ।
ସେ ଯାହାହେଉ, ଏହି ମାମଲା ଶ୍ରୀଲଙ୍କା ସର୍ବୋଚ୍ଚ ନ୍ୟାୟାଳୟରେ ଆସନ୍ତା ୭ ଡିସେମ୍ବରରେ ଉଠିବ ଓ ଆଗାମୀ ନିର୍ବାଚନ ପାଇଁ ରାସ୍ତା ଖୋଲିବ। ଶ୍ରୀଲଙ୍କାର ଜନତା ଆଗାମୀ ନିର୍ବାଚନରେ କୌଣସି ଗୋଟିଏ ରାଜନୈତିକ ଦଳ ସପକ୍ଷରେ ସଂଖ୍ୟାଗରିଷ୍ଠ ମତ ଦେବେ ଓ ଏହି ଦ୍ବୀପରାଷ୍ଟ୍ରକୁ ରାଜନୈତିକ ଅସ୍ଥିରତାକୁ ମୁକ୍ତି ଦେବେ ବୋଲି ଆଶା କରାଯାଇପାରେ।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories