www.samajalive.in
Sunday, December 7, 2025
26.1 C
Bhubaneswar

ଦୁର୍ନୀତି ଅଭିଯୋଗରେ ଜିଲା ଜଜ୍‍ ଗିରଫ

ହାଇଦରାବାଦ : ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତେଲେଙ୍ଗାନାର ଜଣେ ଜିଲା ଜଜ୍‍ ଭି. ଭି. ବାରା ପ୍ରସାଦଙ୍କୁ ହାଇଦରାବାଦ ପୁଲିସ ଗୁରୁବାର ଗିରଫ କରିଛି। ରଙ୍ଗାରେଡ୍ଡୀ ଜିଲାର ୧୪ତମ ଅତିରିକ୍ତ ମାଜିଷ୍ଟ୍ରେଟ ପ୍ରସାଦଙ୍କୁ ସ୍ଥାନୀୟ ଏକ କୋର୍ଟ ଦୁଇ ସପ୍ତାହ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ତାଙ୍କୁ ଏବେ ଚଞ୍ଚଳଗୁଡା କେନ୍ଦ୍ରୀୟ କାରଗାରରେ ରଖାଯାଇଛି। ପ୍ରସାଦଙ୍କ ବିରୋଧରେ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଦାଖଲ ହେବା ପରେ ହାଇଦରାବାଦ ହାଇକୋର୍ଟ ତଦନ୍ତ ନିର୍ଦେଶ ଦେଇଥିଲେ। ଏହାର ଦିନକ ପରେ ତେଲେଙ୍ଗାନା ଦୁର୍ନୀତି ନିବାରଣ ବ୍ୟୁରୋ ପ୍ରସାଦଙ୍କ ବାସଭବନରେ ଚଢାଉ କରି ୧.୫ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା। ଏଥିସହ ହାଇଦରାବାଦର ୬ଟି, ସିରିସିଲାର ୩ଟି ଏବଂ ମହାରାଷ୍ଟ୍ରର ୨ଟି ସ୍ଥାନରେ ଥିବା ପ୍ରସାଦଙ୍କ ସମ୍ପର୍କୀୟ ଏବଂ ସହଯୋଗୀଙ୍କ ଘରେ ମଧ୍ୟ ଚଢାଉ ହୋଇଛି। ପ୍ରସାଦ ହେଉଛନ୍ତି ତେଲେଙ୍ଗାନା ଦୁର୍ନୀତି ନିବାରଣ ବ୍ୟୁରୋ ଦ୍ୱାରା ତଦନ୍ତର ସମ୍ମୁଖୀନ ହେଉଥିବା ପଞ୍ଚମ ବିଚାରପତି। ତାଙ୍କ ପୂର୍ବରୁ ଦୁର୍ନୀତି ଅଭିଯୋଗକୁ ଭିତ୍ତି କରି ଜିଲା ଜଜ୍‍ ମେହବୁବନଗର କୋଲା ରଙ୍ଗା ରାଓଙ୍କୁ ହାଇକୋର୍ଟ ଏପ୍ରିଲରେ ନିଲମ୍ବିତ କରିଥିଲେ। ସେହି ମାସରେ ଦୁର୍ନୀତି ନିବାରଣ ବ୍ୟୁରୋର ଚଢାଉ ପରେ ହାଇଦରାବାଦର ମେଟ୍ରୋପଲିଟାନ ସେସନ୍ସ କୋର୍ଟ ବିଚାରପତି ଏସ୍‍ ରାଧାକ୍ରିଷ୍ଣ ମୂର୍ତ୍ତିଙ୍କୁ ନିଲମ୍ବିତ କରାଯାଇଥିଲା। ଜଗିତିଆଲ ଜିଲା କୋର୍ଟର କନିଷ୍ଠ ସିଭିଲ ଜଜ୍‍ ଏସ୍‍ ମଧୁଙ୍କ ବିରୋଧରେ ଲାଞ୍ଚ କାରବାର ଅଭିଯୋଗ ଆସିବା ପରେ ତାଙ୍କୁ ନିଲମ୍ବନ କରାଯାଇଥିଲା। ହାଇଦ୍ରାବାଦର ଲେବର କୋର୍ଟ ବିଚାରପତି ଏମ୍‍. ଗାନ୍ଧୀଙ୍କ ଘରୁ ଚଢାଉ ବେଳେ ବ୍ୟାପକ ସମ୍ପତ୍ତି ଜବତ କରାଯିବା ପରେ ତାଙ୍କୁ ମାର୍ଚ୍ଚରେ ନିଲମ୍ବିତ କରାଯାଇଥିଲା।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories