www.samajalive.in
Sunday, December 7, 2025
23.1 C
Bhubaneswar

ନିର୍ବାଚନୀ ସତ୍ୟପାଠ ଦାଖଲ କଲେ କେସିଆର; ସମ୍ପତ୍ତି ପରିମାଣ ୨୨ କୋଟି, କାର୍‍ ନାହିଁ

ହାଇଦରାବାଦ : ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‍ଏସ୍‍) ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଗଜୱାଲ ବିଧାନସଭା ଆସନରୁ ନିର୍ବାଚନ ଲଢିବା ପାଇଁ ଗୁରୁବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପ୍ରାର୍ଥିପତ୍ର ସହ ଦାଖଲ କରିଥିବା ସତ୍ୟପାଠରେ ସେ ନିଜର ପେଷା କୃଷି ଏବଂ ମୋଟ ସମ୍ପତ୍ତି ପରିମାଣ ୨୦.୬୦ କୋଟି ଟଙ୍କା ବୋଲି ଦର୍ଶାଇଛନ୍ତି। ହାଇଦରାବାଦ ଓ କରିମନଗରରେ ୫.୧୦ କୋଟି ଟଙ୍କା ମୂଲ୍ୟର ଦୁଇଟି ବାସଭବନ ତାଙ୍କ ନାମରେ ରହିଛି। ତେବେ ତାଙ୍କ ନିକଟରେ ଗୋଟିଏ ମଧ୍ୟ କାର ନ ଥିବା ରାଓ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ସତ୍ୟପାଠ ଅନୁସାରେ ତାଙ୍କର ମୋଟ ସ୍ଥାବର ସମ୍ପତ୍ତି ପରିମାଣ ୧୦.୪୦ କୋଟି ଟଙ୍କା ଓ ଅସ୍ଥାବର ସମ୍ପତ୍ତି ପରିମାଣ ୧୨. ୨୦ କୋଟି। ଅସ୍ଥାବର ସମ୍ପତ୍ତି ମଧ୍ୟରେ ୫୪ ଏକ କୃଷିକ୍ଷେତ ରହିଛି ଯାହାର ମୂଲ୍ୟ ପାଖାପାଖି ୬.୫୦ କୋଟି ଟଙ୍କା ହେବ। ତାଙ୍କ ପତ୍ନୀ କେ. ଶୋଭାଙ୍କ ନାମରେ ୯୪.୫ ଲକ୍ଷ ଟଙ୍କା ରହିଛି। ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ସେ ନିଜର ଆୟ ୨.୦୭ କୋଟି ଟଙ୍କା ଦର୍ଶାଇଛନ୍ତି। ଏଥିରେ କୃଷି ଜନିତ ଆୟ ୯୧.୫୨ ଲକ୍ଷ ଟଙ୍କା ବୋଲି ସେ ଉଲ୍ଲେଖ କରିଛନ୍ତି। ଏତଦ୍‍ଭିନ୍ନ ସେ ତେଲେଙ୍ଗାନା ବ୍ରୋଡକାଷ୍ଟିଂ ପ୍ରାଇଭେଟ ଲିମିଟେଡରେ ୪.୭୧ କୋଟି ଟଙ୍କା ବିନିଯୋଗ କରିଛନ୍ତି। ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ଫିକ୍ସ ଡିପୋଜିଟରେ ୫.୬୩ କୋଟି ଟଙ୍କା ଥିବା ସେ ପ୍ରକାଶ କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories