www.samajalive.in
Monday, December 15, 2025
16.1 C
Bhubaneswar

ଦୟନୀୟ ରାସ୍ତା ଅବସ୍ଥା ପାଇଁ ବସ ସେବା ବାଧାପ୍ରାପ୍ତ

ଗୁରୁଡିଝାଟିଆ :  ପୁରୁଣା କଟକ-ସମ୍ବଲପୁର ରାସ୍ତା ବିପର୍ଯ୍ୟସ୍ତ ହୋଇପଡିଛି । କଖଡି ଠାରୁ କାପ୍ତାବରାଇ ଛକ, ଚମ୍ପାପୁର ଠାରୁ ଦହିସରା ପର୍ଯ୍ୟନ୍ତ ରାସ୍ତାଟି ଖାଲଖମାରେ ପରିଣତ ହୋଇଯିବା ସହ ଠିକାଦାର ଅଧାପନ୍ତରିଆ କରି ମାଟି ପକାଇ ରଖିଥିବାରୁ ଯାନବାହନ ଚଳାଚଳରେ ଗୁରୁତର ଅବସ୍ଥା ସୃଷ୍ଟି ହୋଇଛି । ପ୍ରତ୍ୟେକ ଦିନ ଏକାଧିକ ମାଲବୋଝେଇ ଟ୍ରକ ରାସ୍ତାରେ ଦବି ଯାଇ ପଡିରହୁଛି । ଯାହାଫଳରେ କି ଅନ୍ୟ ଗାଡିଗୁଡିକ ଯାଇପାରୁନାହିଁ । ପ୍ରକାଶ ଯୋଗ୍ୟ ପୁରୁଣା କଟକ-ସମ୍ବଲପୁର ରାସ୍ତାର ନୂଆପାଟଣା ଠାରୁ ଆଠଗଡ ପର୍ଯ୍ୟନ୍ତ ସଂପ୍ରସାରଣ କାର୍ଯ୍ୟକୁ ଠିକାଦାର କାର୍ଯ୍ୟାଦେଶ ପାଇ କାମ କରୁଅଛି । ହେଲେ ଠିକାଦାରଙ୍କ ଅପରିଣାମଦର୍ଶିତା ଯୋଗୁଁ ରାସ୍ତାରେ ଗାଡି ଚଳାଚଳ ଘୋର ବାଧାପ୍ରାପ୍ତ ହେଉଛି । ବିଶେଷତଃ ରାସ୍ତାକୁ ଉଚ୍ଚା କରିବା ନିମନ୍ତେ ଗୋଟିଏ ପାଶ୍ୱର୍ରେ ମାଟି ପକାଯାଇଥିବା ବେଳେ ଅନ୍ୟ ପାଶ୍ୱର୍ଟି ଖାଲ ହୋଇ ରହିଛି । ଅସରାଏ ବର୍ଷା ହେଲେ ମାଟି ପଡିଥିବା ସ୍ଥାନମାନଙ୍କରେ ରାସ୍ତା ଦବିଯାଇ ଭାରୀଯାନଗୁଡିକ ଫସି ରହୁଛି । ଏପରିକି ଢେଙ୍କାନାଳ ଅଞ୍ଚଳରୁ ଆଠଗଡ କଖଡି ଦେଇ ୩ଟି ବସ ଦୈନିକ ଭୂବନେଶ୍ୱରକୁ ଚଳପ୍ରଚଳ କରୁଥିଲା। ବର୍ଷାଦିନେ ରାସ୍ତାର ବିପର୍ଯ୍ୟସ୍ତ ଅବସ୍ଥା ଯୋଗୁଁ ଭାରୀଯାନ ଫସି ରହୁଥିବାରୁ ୩ଟି ଯାକ ବସ ସେବା ବନ୍ଦ ହୋଇ ଯାଇଛି। ଏହାଦ୍ୱାରା ଗ୍ରାମାଞ୍ଚଳର ଲୋକମାନେ ବିଭିନ୍ନ କାର୍ଯ୍ୟ ପାଇଁ ବସ ଯୋଗେ କଟକ ଭୂବନେଶ୍ୱରକୁ ନ ଯାଇପାରି ନାହିଁ ନଥିବା ଦୁର୍ଦ୍ଦଶାର ଶିକାର ହେଉଛନ୍ତି । ରାସ୍ତାର ଅବସ୍ଥା ଏପରି ହୋଇଛି ଯେ ବିଦ୍ୟାର୍ଥୀମାନେ ସାଇକେଲ ଯୋଗେ ମଧ୍ୟ ଯାଇଆସି ପାରୁନାହାନ୍ତି । ରାସ୍ତା ଓ କୋଠାବାଡି ବିଭାଗ ପକ୍ଷରୁ କାର୍ଯ୍ୟାଦେଶ ନେଇ ଠିକାଦାରୀ ସଂସ୍ଥା ରାସ୍ତା ସଂପ୍ରସାରଣ କାର୍ଯ୍ୟ କରୁଛି । କ’ଣ ପାଇଁ ବର୍ଷାଦିନ ଅବ୍ୟବହିତ ପୂର୍ବରୁ ରାସ୍ତାରେ ମାଟି ପକା କାର୍ଯ୍ୟ ସଂପନ୍ନ କଲାନାହିଁ ବୋଲି ସାଧାରଣ ଜନତା ପ୍ରଶ୍ନ କରିଛନ୍ତି । ବର୍ଷାଦିନେ ରାସ୍ତାରେ ମାଟି ପକାଇ ଗାଡି ଚାଳକ ଓ ସାଧାରଣ ଜନତାଙ୍କୁ ଦୁର୍ଦ୍ଦଶା ଭିତରକୁ ଠେଲି ଦେଇଛି । ତୁରନ୍ତ ଏହାର ବିହିତ ପଦକ୍ଷେପ ନେବା ପାଇଁ ଦାବି ହୋଇଛି । ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ବେହେରାଙ୍କୁ ଘଟଣା ସଂପର୍କରେ ପଚାରିବାରୁ ସେ ଦୁଃଖ ପ୍ରକାଶ କରିବା ସହ ପାଗ ହେଲେ ରାସ୍ତାର ଖାଲଖମା ଏପରିକି ଯେଉଁ ସ୍ଥାନରେ ମାଟି ଦବି ଯାଇଛି ସେଥିରେ ସୁଧାର ଅଣାଯିବ ବୋଲି କହିଥିଲେ।

Hot this week

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

Related Articles

Popular Categories