www.samajalive.in
Sunday, December 14, 2025
26.1 C
Bhubaneswar

ସର୍ପ ଦଂଶନରେ ମୃତ ଛାତ୍ରୀଙ୍କ ପରିବାରକୁ ପ୍ରଶାସନର ସହାୟତା

ପାଟଣା : ଘଟଗାଁ ବ୍ଲକ ଅନ୍ତର୍ଗତ ପୁରୁମୁଣ୍ଡା ଗ୍ରାମପଞ୍ଚାୟତର ବଡବରବେଡ଼ା ଗ୍ରାମର ଚାନ୍ଦପଶି ସାହିରେ ଘଟଗାଁ ବ୍ଲକ ପ୍ରଶାସନ ପହଞ୍ଚି ସାପ କାମୁଡା ମୃତ ଛାତ୍ରୀଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିଛି। ସୂଚନା ଯୋଗ୍ୟ ଯେ, ବଡ଼ବରବେଡା ଗ୍ରାମର ଗୋବର୍ଦ୍ଧନ ନାଏକଙ୍କ ୧୦ ବର୍ଷର ଝିଅ ଏଲିନା ନାଏକ କେନ୍ଦୁଝର ଜିଲ୍ଲା ନିଶ୍ଚିନ୍ତପୁରର ଏକ ଘରୋଇ କୋଚିଂ ସେଣ୍ଟରରେ ଶନିବାର ଶୋଇଥିବା ଅବସ୍ଥାରେ ସାପ କାମୁଡାର ଶିକାର ହୋଇ ମୃତ୍ୟୁ ବରଣ କରିଥିଲେ। ଏହି ଦୁଃଖଦ ଘଟଣାରେ ଏଯାଏଁ ୩ ଜଣ ଛାତ୍ରଛାତ୍ରୀଙ୍କ ଅକାଳ ବିୟୋଗ ଘଟିଥିବା ବେଳେ କେନ୍ଦୁଝର ଜିଲ୍ଲାପାଳ ଏହାର ବିଧିବଦ୍ଧ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦୁଝର ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସୋମବାର ସକାଳେ ଘଟଗାଁ ବିଡ଼ିଓ ଉମାକାନ୍ତ ପରିଡା, ଏବିଡ଼ିଓ ଚିତ୍ତରଞ୍ଜନ ନାୟକ, ସରପଞ୍ଚ ସନ୍ତୋଷିନୀ ନାଏକ ଓ ନିର୍ବାହୀ ଅଧିକାରୀ ନବଘନ ମାଝୀ ପ୍ରମୁଖ ମୃତକଙ୍କ ଘରେ ପହଞ୍ଚି ରେଡ଼କ୍ରସ ସହାୟତା ବାବଦକୁ ୨୫ ହଜାର ଟଙ୍କା ଓ ହରିଶ୍ଚନ୍ଦ୍ର ସହାୟତା ଯୋଜନାରେ ୩ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦେଇଥିବା ଜଣାପଡ଼ିଛି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories