www.samajalive.in
Monday, December 15, 2025
27.1 C
Bhubaneswar

ବିଲେଇଙ୍କୁ ବ୍ୟାପୁଛି ବର୍ଡଫ୍ଲୁ – ପୋଲାଣ୍ଡରେ ଏବେ ଚିନ୍ତାର କାରଣ

ଓ୍ୱାରସ – ପୋଲାଣ୍ଡରେ ଏବେ ବିଲେଇଙ୍କ ମଧ୍ୟରେ ବାର୍ଡଫ୍ଲୁ ଚିହ୍ନଟ ହୋଇଛି । ବହୁ ସଂଖ୍ୟାରେ ବିଲେଇ ଏବେ ଏଚ୍‌ଫାଇଭ୍‌ଏନ୍‌ଓ୍ୱାନ ଭୁତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଗତମାସରେ ପୋଲାଣ୍ଡରେ ବହୁ ସଂଖ୍ୟାରେ ବିଲେଇଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ସେମାନଙ୍କର ପରୀକ୍ଷଣ କରାଯାଇଥିଲା । ବର୍ଡ ଫ୍ଲୁରେ ଆକ୍ରାନ୍ତ ହୋଇ ବିଲେଇଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଥିଲା । ତେବେ ବିଲେଇଙ୍କୁ ଏହି ଭୁତାଣୁ କାହିଁକି ଏବଂ କିପରି ଆକ୍ରାନ୍ତ କରୁଛି ତାହା ଜଣାପଡିନାହିଁ ।

ଏଥିରେ ବିଲେଇମାନଙ୍କର ଶ୍ୱାସକ୍ରିୟାରେ ବାଧା ସହ ରକ୍ତଝାଡା ହୋଇ ମୃତ୍ୟୁ ହେଉଛି । ୧୯୯୬ରେ ଏହା ସାରା ବିଶ୍ୱରେ ଭୟଙ୍କର ରୂପ ନେଇଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏବେର ସଂକ୍ରମଣ ବିଷୟରେ ସୂଚନା ଦେଇଛି ।

- Advertisement -

ତେବେ ଏପର୍ଯ୍ୟନ୍ତ ଏହା ମଣିଷଙ୍କୁ ବ୍ୟାପି ନଥିବା କୁହାଯାଇଛି । ସଂକ୍ରମିତ ବିଲେଇଙ୍କ ଠାରୁ ଦୂରରେ ରହିବା ଠିକ୍‌ ଭାବେ ସାନିଟାଇଜ୍‌ ହେବା ପାଇଁ ପୋଲାଣ୍ଡରେ ମାର୍ଗଦର୍ଶିକା ଜାରି କରାଯାଇଛି ।

Hot this week

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

Related Articles

Popular Categories