www.samajalive.in
Monday, December 15, 2025
15.1 C
Bhubaneswar

ଭଙ୍ଗା ଦଦରା କୋଠରୀ ଭିତରେ ଭବିଷ୍ୟତ ଗଢୁଛନ୍ତି କୋମଳ ମତି ଶିଶୁ

ରେଙ୍ଗାଲିକ୍ୟାମ୍ପ: ଭଙ୍ଗା ଆଜବେଷ୍ଟସକୁ ଦଦରା କାନ୍ଥ, ବିପଦ ସଙ୍କୁଳ ଅବସ୍ଥାରେ ଗଢ଼ାଚାଲିଛି କୋମଳମତି ପିଲାଙ୍କ ଭବିଷ୍ୟତ। ଏଭଳି ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲା ଅତାବିରା ବ୍ଲକର ଜାଙ୍ଗେଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଶିକ୍ଷାକୁ ଗୁରୁତ୍ୱ ଦେଇ ମାଗଣାରେ ଖାଇବା ସହ ମାଗଣାରେ ବହି, ଖାତା, ପୋଷାକ ଓ ଜୋତା ଆଦି ଯୋଗାଇ ଦେଉଛନ୍ତି। ଏଥି ସହିତ ଛାତ୍ରଛାତ୍ରୀଙ୍କୁ ଉନ୍ନତ ମାନର ଶିକ୍ଷା ପ୍ରଦାନ ପାଇଁ ବିଭିନ୍ନ ଯୋଜନା ମଧ୍ୟ କଲେଣି କିନ୍ତୁ, ଆଜିବି ଏମିତି ଅନେକ ଅଞ୍ଚଳ ରହିଛି ଯେଉଁଠିକି ଏସବୁ ଯୋଜନା ସେମାନଙ୍କ ପାଇଁ ସାତସପନ ପାଲଟିଛି। ।

୧୯୫୮ ମସିହାରେ ଏହି ବିଦ୍ୟାଳୟଟି ସ୍ଥାପିତ ହେଇଥିଲା। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୧୩ ଜଣ ଛାତ୍ର ଛାତ୍ରୀ ଏବେ ପାଠ ପଢୁଛନ୍ତି ଏହି ବିଦ୍ୟାଳୟରେ। ବିଦ୍ୟାଳୟରେ କୋଠରୀ ରହିଛି ସମସ୍ତ ଶ୍ରେଣୀ ପାଇଁ, ହେଲେ ଦୁଃଖ ଓ ପରିତାପର ବିଷୟ ଯେ ଉକ୍ତ ବିଦ୍ୟାଳୟର ୩ ଟି କୋଠରୀର ଅବସ୍ଥା ଶୋଚନୀୟ। ପୁରୁଣା ଆଜବେଷ୍ଟସ ଛାଉଣୀ ଏହି କୋଠରୀର କାନ୍ଥ ୨୦୧୨ ମସିହାରୁ ଫାଟି ଆଁ କରିଥିବା ବେଳେ ଆଜବେଷ୍ଟସ ଭାଙ୍ଗି ବର୍ଷା ଦିନେ ପାଣି ଗଳୁଛି ଆଉ ଖରା ଦିନେ ପ୍ରବଳ ଗରମରେ ପିଲାମାନେ ବସି ପାଠ ପଢି ପାରୁ ନାହାନ୍ତି।ଅନ୍ୟ ଶ୍ରେଣୀ କୋଠରୀ ଗୁଡ଼ିକ ଛାତ ହୋଇଥିବା ବେଳେ ପିଲାମାନେ ଭଳ ଭାବରେ ପାଠ ପଢୁଥିବା ଦେଖି ଏହି ଭଙ୍ଗା ଘରେ ବସୁଥିବା ତୃତୀୟ, ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ସରଳ ପିଲାଙ୍କ ମନରେ ତାଙ୍କ ପ୍ରତି ପଟର ଅନ୍ତର କରାଯାଉଥିବା ମନୋଭାବ ଚାଲି ଆସୁଛି। ବେଳେ ବେଳେ ବିଷାକ୍ତ ସରୀସୃପ ମଧ୍ୟ ପ୍ରବେଶ କରୁଛନ୍ତି।

- Advertisement -

ମନରେ ଭୟ ହେଉଛି କଲେ କେତେବେଳେ ଆଜବେଷ୍ଟସ ଖଣ୍ଡ ପିଲାଙ୍କ ଉପରେ ନ ପଡୁ। ଏହି କୋଠା ଘରର ନୂତନ ନିର୍ମାଣ ପାଇଁ ଓସେପା କୁ ମଧ୍ୟ ଲିଖିତ ଭାବେ ଜଣାଇ ସାରିଛନ୍ତି। ହେଲେ କିଛି ସୁଫଳ ମିଳିନାହିଁ। ତେବେ ଆଉ କେବେ ଅଧିକାରୀଙ୍କ ଦୃଷ୍ଟି ପଡ଼ିବ ,ତାହା ଅନେଇ ବସିଛନ୍ତି ଗ୍ରାମବାସୀ ଓ ଛାତ୍ର ଛାତ୍ରୀ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories