www.samajalive.in
Saturday, December 13, 2025
15.1 C
Bhubaneswar

ପିପିଲିରେ ଦିନରାତି ଜଳୁଛି ଷ୍ଟ୍ରିଟ୍‌‌ ଲାଇଟ୍‌‌; ବଢ଼ୁଛି ବିଦ୍ୟୁତ ଅପଚୟ

ପିପିଲି: ପିପିଲିରେ ବିଦ୍ୟୁତ ଲୋଭୋଲ୍‌‌ଟେଜ୍‌‌ ସମସ୍ୟା ଯୋଗୁଁ ଉପଭୋକ୍ତାମାନେ ଅତିଷ୍ଠ ହୋଇ ପଡ଼ିଥିବା ବେଳେ ଓଭରଲୋଡ୍‌‌ ଯୋଗୁଁ ବାରମ୍ବାର ବିଦ୍ୟୁତ୍‌‌ ବିଭ୍ରାଟ ହେବା ଏକ ଅଭ୍ୟାସରେ ପରିଣତ ହୋଇଛି। ଏଭଳି ପରିସ୍ଥିତିରେ ପିପିଲି ପୌରାଞ୍ଚଳର ଅଧିକାଂଶ ଅଞ୍ଚଳରେ ଦିନରାତି ଜଳୁଛି ଷ୍ଟ୍ରିଟ୍‌‌ ଲାଇଟ୍‌‌। ଏଥିପ୍ରତି ବିଭାଗୀୟ ନିରବତାକୁ ନେଇ ଜନଅସନ୍ତୋଷ ପ୍ରକାଶ ପାଇଛି।

ପିପିଲି ପୌରାଞ୍ଚଳ ଅନ୍ତର୍ଗତ ୧୬ଟି ୱାର୍ଡର ବିଭିନ୍ନ ଗଳିକନ୍ଦିରେ ଅଧିକାଂଶ ଷ୍ଟ୍ରିଟ୍‌‌ ଲାଇଟ୍‌‌ ଦିନରାତି ଜଳୁଛି। ଏକ ନିର୍ଦ୍ଦିଷ୍ଟ ଘରୋଇ ସଂସ୍ଥା ପକ୍ଷରୁ ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ଷ୍ଟ୍ରିଟ୍‌‌ ଲାଇଟ୍‌‌ ପାଇଁ ସ୍ୱୟଂଚାଳିତ ଯନ୍ତ୍ର ଲଗାଯାଇଥିଲା। ଯାହାଦ୍ୱାରା ସନ୍ଧ୍ୟା ବେଳେ ନିର୍ଦ୍ଦିଷ୍ଟ ସମୟରେ ଉକ୍ତ ସ୍ୱୟଂଚାଳିତ ଯନ୍ତ୍ର ଦ୍ୱାରା ଷ୍ଟ୍ରିଟ୍‌‌ ଲାଇଟ୍‌‌ ଆପେଆପେ ଜଳୁଥିଲା ଓ ସକାଳେ ଆପେ ଲିଭୁଥିଲା। ତେବେ ଅଧିକାଂଶ ସ୍ୱୟଂଚାଳିତ ଯନ୍ତ୍ର ଇତି ମଧ୍ୟରେ ଖରାପ ହୋଇଯାଇଥିବା ବେଳେ ସେଗୁଡ଼ିକର ମରାମତି ଅଦ୍ୟାବଧି କରାଯାଇ ପାରିନାହିଁ। ଫଳରେ ପୌରାଞ୍ଚଳର ଅଧିକାଂଶ ଷ୍ଟ୍ରିଟ୍‌‌ ଲାଇଟ୍‌‌ ଦିନରାତି ଜଳୁଛି। ପିପିଲି ମୁଖ୍ୟ ବଜାରର ନିମାପଡ଼ା ରାସ୍ତା ମାର୍କେଟ କଂପ୍ଲେକ୍ସଠାରେ ହାଇମାଷ୍ଟ ଲାଇଟ ଦୀର୍ଘ ଦିନ ହେବ ଦିନରାତି ଜଳୁଥିବା ପରିଲକ୍ଷିତ ହୋଇଛି। ହାଟଛକ ଠାରୁ ଡାକ୍ତରଖାନା ଛକ, ବ୍ଲକଛକଠାରୁ ଖଣ୍ଡିଆଗିରି ଛକ, ଚାନ୍ଦୁଆବଜାର ଛକଠାରୁ ପଣ୍ଡାବଜାର ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା କଡରେ ୭୦ରୁ ଉର୍ଦ୍ଧ ଷ୍ଟ୍ରିଟ୍‌‌ ଲାଇଟ୍‌‌ ଦିନରାତି ଜଳୁଥିବା ବେଳେ ୧୬ଟି ୱାର୍ଡର ବିଭିନ୍ନ ସାହି ଓ ବସ୍ତିରେ ଲାଗିଥିବା ୩୫୦ରୁ ଊର୍ଦ୍ଧ୍ବ ଷ୍ଟ୍ରିଟ୍‌‌ ଲାଇଟ୍‌‌ ୨୪ଘଣ୍ଟା କାଳ ଜଳୁଛି। ଦୀର୍ଘ ୧ବର୍ଷରୁ ଊର୍ଦ୍ଧ୍ବ କାଳ ଏହି ସମସ୍ୟା ଲାଗି ରହିଥିବା ବେଳେ ଏହାର ସମାଧାନ ଦିଗରେ କାହାର ଆନ୍ତରିକତା ନଥିବା ଭଳି ମନେହେଉଛି। ଏଥିଯୋଗୁଁ ବିଦ୍ୟୁତ୍‌‌ ଲୋଡ୍‌‌ ବୃଦ୍ଧି ପାଉଥିବା ବେଳେ ଦୈନିକ ବହୁ ପରିମାଣରେ ବିଦ୍ୟୁତ୍‌‌ ଅପଚୟ ହେଉଛି। ଦିନକୁ ଦିନ ବିଜୁଳି ବୋଝ ବଢ଼ି ଚାଲିଥିବାବେଳେ ଏଭଳି ବିଦ୍ୟୁତ ଅପଚୟକୁ ନେଇ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏ ସଂପର୍କରେ ପିପିଲି ଏନ୍‌‌ଏସି ନିର୍ବାହୀ ଅଧିକାରୀ ପୂଜା ରାଉତଙ୍କୁ ପଚାରିବାରେ ସେ କହିଥିଲେ ଯେ, ଷ୍ଟ୍ରିଟ ଲାଇଟ ଗୁଡିକର ରକ୍ଷଣାବେକ୍ଷଣ ଦାୟିତ୍ୱ ପୂର୍ବରୁ ଏକ ଘରୋଇ ସଂସ୍ଥା ଉପରେ ନ୍ୟସ୍ତ ଥିବା ବେଳେ ଇତିମଧ୍ୟରେ ଉକ୍ତ ଦାୟିତ୍ୱ ପିପିଲି ପୌରସଂସ୍ଥାକୁ ହସ୍ତାନ୍ତର ହୋଇସାରିଛି। ଖୁବ୍‌‌ କମ୍‌‌ ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ହେବ ବୋଲି ସେ ପ୍ରକାଶ କରିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories