www.samajalive.in
Thursday, December 11, 2025
23.1 C
Bhubaneswar

ଅତାବିରାରେ ଜିଲାପାଳଙ୍କ ଜନଶୁଣାଣି କାର୍ଯ୍ୟକ୍ରମ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ସଭାକକ୍ଷରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ବିଡିଓ ପ୍ରମୋଦ କୁମାର ମେହେରଙ୍କ ସଂଯୋଜନାରେ ଆୟୋଜିତ ଅଭିଯୋଗ ଶୁଣାଣିରେ ବରଗଡ଼ ଜିଲାପାଳ ମୋନିଷା ବାନାର୍ଜୀ ଉପସ୍ଥିତ ରହି ବିଭିନ୍ନ ବିଭାଗରୁ ଆସିଥିବା ୧୧୩ ଟି ଅଭିଯୋଗର ଶୁଣାଣି କରି ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଶୁଣାଣିରେ ଜିଲା ଆରକ୍ଷୀ ଅଧିକ୍ଷକ ଏସ ପ୍ରହଲ୍ଲାଦ ମୀନା, ପ୍ରକଳ୍ପ ଅଧିକାରୀ ଆଦିତ୍ୟ ଗୋଏଲ, ଉପଜିଲାପାଳ ଲଲାଟ କୁମାର ଲୁହା, ଅଧ୍ୟକ୍ଷା ଗୀତାଞ୍ଜଳୀ ନାଏକ, ଉପାଧ୍ୟକ୍ଷ ଅନନ୍ତ ମେହେର ମଞ୍ଚାସିନ ରହିଥିଲେ।

ମୁଖ୍ୟତଃ ଆବାସ ଯୋଜନାରେ ଘର ଯୋଗାଇବା ପାଇଁ ଅଧିକାଂଶ ଅଭିଯୋଗ ଆସିଥିବା ବେଳେ ବ୍ଳକ ଓ ପଞ୍ଚାୟତରେ ଖାଲି ପଡ଼ିଥିବା ପଦବୀଗୁଡ଼ିକୁ ପୂରଣ କରିବା ପାଇଁ ସରପଞ୍ଚ ସଂଘ ପକ୍ଷରୁ ଅଭିଯୋଗ ହୋଇଥିଲା। ଶିକ୍ଷା, ସ୍ୱାସ୍ଥ୍ୟ, ମତ୍ସ୍ୟ, ପାନୀୟ ଜଳଯୋଗାଣ ଭଳି ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହିଥିଲେ। ଏବିଡ଼ିଓ ଗିରୀନ୍ଦ୍ର ସାହୁ, ଡିଏସଏସଓ ତାହୀର ହୁସେନ, ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଏହାପରେ ଜିଲାପାଳ ଓ ପ୍ରକଳ୍ପ ଅଧିକାରୀ ଲାଦେରପାଲି ହାଇସ୍କୁଲ ଓ ଅତାବିରା ମହାବିଦ୍ୟାଳୟକୁ ପରିଦର୍ଶନରେ ଯାଇ ମଞ୍ଜୁରୀପ୍ରାପ୍ତ ଅନୁଦାନକୁ ସଠିକ ଭାବରେ କାର୍ଯ୍ୟକାରୀ କରିବା ପାଇଁ କାର୍ଯ୍ୟ ସମ୍ପାଦନକାରୀ ଅଧିକାରୀ ଏବଂ ସ୍କୁଲ ପ୍ରଧାନ ଶିକ୍ଷକ ହିମାଂଶୁ ଶେଖର ସାହୁ ଓ କଲେଜ ଅଧ୍ୟକ୍ଷ ଅଶ୍ୱିନୀ ପ୍ରଧାନଙ୍କ ସହ ଆଲୋଚନା କରିଥିଲେ। ଏଥିସହ ସରକାରୀ ସମୟ ସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ପରାମର୍ଶ ଦେଇଥିଲେ।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories