ପରିବେଶ ଓ ଗୋ ସୁରକ୍ଷା ଅଭିଯାନ 

ପିପିଲି :ସଂସ୍କୃତି ଓ ଗୋ ସୁରକ୍ଷା ମଞ୍ଚ, ଓଡିଶା ପକ୍ଷରୁ ପରିବେଶ ଓ ଗୋ ସୁରକ୍ଷା ଅଭିଯାନରେ ସ୍ଥାନୀୟ ଭାରତୀପୁର ଗ୍ରାମ ଠାରେ ଗୋ-ବିଜ୍ଞାନ ପ୍ରଶିକ୍ଷଣ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ସଂଗଠନର ଆବାହକ ପ୍ରଭାତ କୁମାର ମହାପାତ୍ର, ବରାଳ ବାଲୁଙ୍କେଶ୍ୱର ଦେବ ଚାରିଟେବୁଲ ଟ୍ରଷ୍ଟ ଗୋଶାଳା ସଭାପତି ମହେଶ୍ୱର ପ୍ରଧାନ, ଗୋ ମାହାତ୍ମ୍ୟ ପ୍ରଚାରକ ପ୍ରଦୀପ ତ୍ରିପାଠୀ, ଇଂ ମନୋରଞ୍ଜନ ଆଚାର୍ଯ୍ୟ, ସରୋଜ ପ୍ରଧାନ, ଗବେଷକ ସନ୍ତୋଷ ମିଶ୍ର, ଡ଼ଃ ଭିକାରୀ ଦାସ, ଶେଷଦେବ ନନ୍ଦ, ଶତୃଘ୍ନ ପ୍ରଧାନ, ଜଗନ୍ନାଥ ନନ୍ଦ ପ୍ରମୁଖ ଯୋଗଦେଇ ପରିବେଶ ଓ ଗୋ ସୁରକ୍ଷା ସଂପର୍କରେ ଆଲୋକପାତ କରିଥିଲେ। ମୃତ୍ତିକାର ଜୈବ ବିବିଧତା ତଥା ଉର୍ବରତା ବୃଦ୍ଧି ପାଇଁ ଗୋ ଆଧାରିତ ପାରମ୍ପରିକ କୃଷି ଦ୍ୱାରା ବିଷ ମୁକ୍ତ ସୁଷମ ପୁଷ୍ଟିକର ଖାଦ୍ୟ ଉତ୍ପାଦନ ସହିତ ପରିବେଶକୁ ସୁରକ୍ଷିତ ରଖାଯାଇପାରିବ ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ। ପ୍ରତ୍ୟେକ ବ୍ୟକ୍ତି ଗୋପାଳନ ସହ ଗୋ ଆଧାରିତ କୃଷିକୁ ଆପଣାଇବା ଏବଂ ଗୋ ଆଧାରିତ ଘରୋଇ ଶିଳ୍ପ ପ୍ରତିଷ୍ଠା କରିବା ଉପରେ ସମସ୍ତେ ଗୁରୁତ୍ୱାରୋପ କରିଥିଲେ। ବିଭିନ୍ନ ପଞ୍ଚାୟତରୁ ଯୋଗ ଦେଇଥିବା ମହିଳା ଓ ପୁରୁଷଙ୍କୁ ଗୋ-ବିଜ୍ଞାନ ସଂପର୍କିତ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଉକ୍ତ ଗ୍ରାମର କେନାଲ ପାଶ୍ୱର୍ ଗୋଚର ଜମିରେ ଲିମ୍ବ, କରଞ୍ଜ, ବଉଳ, ଜାମୁ ଓ ଆମ୍ବ ଆଦି ଚାରା ରୋପଣ କରାଯାଇଥିଲା।

Comments are closed.