www.samajalive.in
Tuesday, December 9, 2025
19.1 C
Bhubaneswar

ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶକୁ ନେଇ ଥାନାରେ ମାମଲା

ଆଠଗଡ : ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶକୁ ନେଇ ଆଠଗଡ ଥାନାରେ ମାମଲା ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଆଠଗଡ ବ୍ଲକ ଅଧିନ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡାଳଭାଗ ଗ୍ରାମର ରଞ୍ଜିତା ବେହେରା ପିତା ଗଦାଧର ବେହେରାଙ୍କ ନାମରେ ଗତ କିଛି ଦିନ ତଳେ କୃଷିମନ୍ତ୍ରୀ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ। ମାତ୍ର ସଂପୃକ୍ତ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ତଥ୍ୟ ଯାଞ୍ଚ କରିବା ପରେ ରଞ୍ଜିତାଙ୍କ ସ୍ବାମୀ ମହେଶ୍ବର ବେହେରା ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ପାଇଥିବା ଜଣାପଡିଥିଲା। ଘଟଣା ସଂପର୍କରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ବିଡ଼ିଓଙ୍କୁ ଅବଗତ କରାଇଥିଲେ। ଏହାପରେ ବିଡ଼ିଓ ଯାଞ୍ଚ କରି ଘଟଣାର ସତ୍ୟତା ଜାଣିବା ପରେ ତାଙ୍କର ଆବାସ ଯୋଜନା କାର୍ଯ୍ୟାଦେଶକୁ ସ୍ଥଗିତ ରଖିଥିଲେ। ଏହାର ପ୍ରତିବାଦରେ ଆଠଗଡ ଥାନାରେ ବିଡିଓଙ୍କ ବିରୋଧରେ ରଞ୍ଜିତା ଅଭିଯୋଗ କରିଥିବା ନେଇ ଉପନିରୀକ୍ଷକ ବିଶ୍ବଜିତ ଜେନା ପ୍ରକାଶ କରିଛନ୍ତି। ଅନ୍ୟ ପକ୍ଷରେ ବିଡ଼ିଓ ପ୍ରଦୀପ କୁମାର ସାହୁଙ୍କୁ ଯୋଗାଯୋଗ କରିବାରେ ଏଭଳି ଘଟଣା ଜଣା ପଡିବା ପରେ ଆଠଗଡ ଥାନାରେ ଅଭିଯୋଗ କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories