www.samajalive.in
Tuesday, December 9, 2025
15.1 C
Bhubaneswar

ସିଫାରେ ସମନ୍ୱିତ ଜଳକୃଷି ପ୍ରଶିକ୍ଷଣ

ପିପିଲି : ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ସିଫା) ଠାରେ ଜନଜାତି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାଙ୍କ ନିମନ୍ତେ ୩ଦିନିଆ ସମନ୍ୱିତ ଜଳକୃଷି ପ୍ରଶିକ୍ଷଣ ଓ ଭ୍ରମଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗଜପତି ଜିଲାର ଆର୍ଥିକ ଅନଗ୍ରସର ଥିବା ଆଦିମ ସଉରା ଓ ଲାଂଜିଆ ସଉରା ସଂପ୍ରଦାୟର ଜୀବନଯାପନ ଶୈଳୀ ଓ ଅର୍ଥନୈତିକ ବିକାଶ ପାଇଁ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ୬ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ୪୨ ଜଣ ଆଦିବାସୀ ମହିଳା ସଦସ୍ୟମାନେ ଯୋଗଦେଇ ମାଗୁରମାଛ, ରଙ୍ଗୀନ ମାଛଚାଷ, ଜଳ ଗୁଣବତ୍ତା ପରିଚାଳନା, ଖାଦ୍ୟ ପ୍ରସ୍ତୁତି, ରୋଗ ପରିଚାଳନା, ସମନ୍ୱିତ ଜଳକୃଷି ସମ୍ବନ୍ଧରେ ପ୍ରଶିକ୍ଷଣ ନେଇଥିଲେ।
ଏହାର ଉଦ୍‌‌ଘାଟନୀ ଉତ୍ସବରେ ସିଫାର ନିର୍ଦ୍ଦେଶକ ଡଃ ପ୍ରମୋଦ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଓଡିଶା ମିଶନ ଶକ୍ତିର ନିର୍ଦ୍ଦେଶକ ଓ ସିଇଓ ଡଃ ଏନ୍. ଥିରୁମାଳା ନାଏକ ଓ ସମ୍ମାନିତ ଅତିଥି ଭାବେ ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ଅନ୍ତଃଜଳ ମତ୍ସ୍ୟଚାଷ ବିଭାଗର ଉପ-ମହାନିର୍ଦ୍ଦେଶକ ଡଃ ବିମଳ ପ୍ରସନ୍ନ ମହାନ୍ତି ଯୋଗଦେଇ ଜନଜାତି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନେ ଦକ୍ଷତାର ସହ ଅଧିକ ମତ୍ସ୍ୟ ଉତ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ। ଜଳଜୀବ ପାଳନ କ୍ଷେତ୍ରରେ ମହିଳାମାନଙ୍କ ପ୍ରତ୍ୟକ୍ଷ ଭାଗିଦାରୀ ଫଳରେ ପରିବାରକୁ ଉଚିତ୍ ପୋଷଣ ମିଳିବା ସହ ସେମାନଙ୍କର ଅର୍ଥନୈତିକ ଉନ୍ନତି ସମ୍ଭବ ହୋଇପାରିବ ବୋଲି ଅତିଥିମାନେ ଆଶାପ୍ରକାଶ କରିଥିଲେ। ଏହାର ଉଦ୍‌‌ଯାପନୀ ଉତ୍ସବରେ ସିଫା ପ୍ରଦାନ କରୁଥିବା ପ୍ରଶିକ୍ଷଣର ଉପଯୋଗ କରିବାକୁ ସିଫାର ନିର୍ଦ୍ଦେଶକ ଡଃ ସାହୁ ପ୍ରଶିକ୍ଷାର୍ଥୀମାନଙ୍କୁ ପରାମର୍ଶ ଦେଇଥିଲେ। ପ୍ରଧାନ ବୈଜ୍ଞାନିକ ଡଃ ପି. ରାଉତରାୟ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ମହତ୍ତ୍ୱ ସଂପର୍କରେ ଆଲୋକପାତ କରିଥିଲେ। ଗଜପତି ଓ ରାୟଗଡ଼ା ଜିଲାରେ କାର୍ଯ୍ୟକାରୀ ହେଉଥିବା ଏସ୍ଟିସି କାର୍ଯ୍ୟକ୍ରମର ଦଳପତି ଡଃ ସୁଧାଂଶୁ ଶେଖର ମିଶ୍ର ୨୦୧୮ ମସିହାରୁ ସଂପୃକ୍ତ ଜିଲାରେ ସିଫା ପକ୍ଷରୁ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମର ସଫଳତାର ବିବରଣୀ ପ୍ରଦାନ କରିଥିଲେ। ଏହି ଅବସରରେ ସିଫାର ବୈଷୟିକ ଜ୍ଞାନକୌଶଳକୁ ପ୍ରୟୋଗ କରି ମାଛଚାଷ କରୁଥିବା ଯମୁନା, ଜିଓବାଜିରି ଓ ମା’ ସନ୍ତୋଷୀ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ସମ୍ମାନୀତ କରାଯାଇଥିଲା। ସମସ୍ତ ହିତାଧିକାରୀଙ୍କୁ ସିଫା ତରଫରୁ ୧୫ ଲକ୍ଷ ମାଛ ଜାଆଁଳ ବିତରଣ କରାଯାଇଥିଲା। ପ୍ରଧାନ ବୈଜ୍ଞାନିକ ଡଃ କେ. ସି. ଦାସ ଶେଷରେ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ଡଃ ସତ୍ୟନାରାୟଣ ସାହୁ, ଦୁର୍ଗାପ୍ରସାଦ ରଥ, ଶିଶିର ମହାନ୍ତି ପ୍ରମୁଖ ସଂଯୋଜନା କରିଥିଲେ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories