www.samajalive.in
Sunday, December 7, 2025
26.1 C
Bhubaneswar

ଶାହରୁଖ ଦେଖାଇଲେ ‘ଯବାନ’ର ନୂଆ ରୂପ; ପ୍ରଶଂସକ ଉତ୍ସାହିତ

ମୁମ୍ବଇ: ‘ପଠାନ୍‌’ର ସଫଳତା ପରେ ‘ଯବାନ’ ସାଜି ପୁଣି ଏକ ଧମାକା କରିବାକୁ ପ୍ରସ୍ତୁତ ବଲିଉଡ଼ ଅଭିନେତା ଶାହରୁଖ୍‌ ଖାନ୍‌। ଗୁରୁବାର କିଙ୍ଗ୍‌ ଖାନ୍‌ ଟ୍ବିଟରରେ ସେସନ୍‌ #AskSRK ରଖିଥିଲେ। ଏଥିରେ ୟୁଜରମାନେ ସାମିଲ ହୋଇ ତାଙ୍କୁ ଫିଲ୍ମ ସମ୍ପର୍କିତ ଅନେକ ପ୍ରଶ୍ନ ପଚାରିଥିଲେ ଏବଂ ଶାହରୁଖ୍‌ ଗୋଟି ଗୋଟି କରି ସମସ୍ତଙ୍କୁ ଉତ୍ତର ଦେଇଥିଲେ। ଏହାର ତୁରନ୍ତ ପରେ ସେ ‘ଯବାନ’ର ଏକ ନୂଆ ପୋଷ୍ଟର ରିଲିଜ୍‌ କରିଛନ୍ତି, ଯେଉଁଥିରେ ତାଙ୍କ ଲଣ୍ଡା ରୂପ ଦେଖିବାକୁ ମିଳିଛି।


ପୂର୍ବରୁ ପ୍ରିଭ୍ୟୁରେ ଦର୍ଶକ ଶାହରୁଖଙ୍କ ଲଣ୍ଡା ରୂପର ଝଲକ୍‌ ଦେଖି ଫିଲ୍ମକୁ ନେଇ ତାଙ୍କ ଉତ୍କଣ୍ଠା ଦୁଇଗୁଣା ହୋଇଥିଲା। ଏବେ ସେ ସେହି ରୂପର ନୂଆ ପୋଷ୍ଟର ଶେୟାର କରି ଦର୍ଶକଙ୍କୁ ଆହୁରି ବ୍ୟଗ୍ର କରିଦେଇଛନ୍ତି। ପୋଷ୍ଟରେ ଶାହରୁଖଙ୍କ ଲଣ୍ଡା ମୁଣ୍ଡ ସହ ଆଖିରେ କଳା ଚଷମା ଓ ହାତରେ ବନ୍ଧୁକ ଧରିଥିବା ଦେଖିବାକୁ ମିଳିଛି। ପୋଷ୍ଟରକୁ ହିନ୍ଦୀ, ଇଂରାଜୀ, ତାମିଲ ଓ ତେଲୁଗୁ ୪ଟି ଭାଷାରେ ରିଲିଜ୍‌ କରାଯାଇଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories