www.samajalive.in
Monday, December 15, 2025
16.1 C
Bhubaneswar

ମନ୍ତ୍ରୀଙ୍କୁ ଭେଟିଲେ ଉନ୍ନୟନ ପରିଷଦ ପ୍ରତିନିଧିମଣ୍ଡଳୀ

ହରଭଙ୍ଗା : ହରଭଙ୍ଗା ଆଂଚଳିକ ଉନ୍ନୟନ ପରିଷଦର ସଭାପତି ପ୍ରଦୀପ କୁମାର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଅଂଚଳର ସାମୁହିକ ସମସ୍ୟାର ସମାଧାନ ପାଇଁ ମନ୍ତ୍ରୀ ପ୍ରଦୀପ କୁମାର ଅମାତକୁ ତାଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ମଙ୍ଗଳବାର ଭେଟିଥିଲେ। ମନ୍ତ୍ରୀଙ୍କ ସହିତ ଅଂଚଳର ସାମୁହିକ ସମସ୍ୟା ବିଷୟରେ ପ୍ରତିନିଧିମଣ୍ଡଳୀ ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରାଥମିକତା ଭିତିରେ ହରଭଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରର ମାନ୍ୟତା, ହରଭଙ୍ଗାରେ ଏକ ଡିଗ୍ରୀ କଲେଜ ଖୋଲାଯିବା,କୁଶଙ୍ଗଠାରୁ ବାଣିଗୋଛା ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣ, ଚାଷ ପାଇଁ ଜଳସେଚନ ସୁବିଧା, ହରଭଙ୍ଗା ଡାକବଙ୍ଗଳାର ଉନ୍ନତିକରଣ, ହରଭଙ୍ଗାଠାରେ ଏକ ପରିବାର ନ୍ୟାୟଳୟ ପ୍ରତିଷ୍ଠା ଭଳି ଅନେକଗୁଡିଏ ସମସ୍ୟା ନେଇ ମନ୍ତ୍ରୀ ଏବଂ ପ୍ରତିନିଧିମଣ୍ଡଳୀଙ୍କ ମଧ୍ୟରେ ଦୁଇ ଘଣ୍ଟା ଧରି ପଙ୍ଖାନୁପଙ୍ଖ ଆଲୋଚନା ହୋଇଥିଲା। ମନ୍ତ୍ରୀ ସମସ୍ତ ସମସ୍ୟାଗୁଡିକୁ ଆଗ୍ରାଧିକାର ମଧ୍ୟରେ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରତିନିଧି ମଣ୍ଡଳୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ହରଭଙ୍ଗା ଉନ୍ନୟନ ପରିଷଦର ସଭାପତିଙ୍କ ସହିତ ସମ୍ପାଦକ ବିଜୟାନନ୍ଦ ସାହୁ, ବୌଦ୍ଧ ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ, ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ସୁବୋଧ କୁମାର ପ୍ରଧାନ, ହରଭଙ୍ଗା ସରପଂଚ ପ୍ରତିନିଧି ପ୍ରକାଶ କୁମାର ବେହେରା, ଛତ୍ରଙ୍ଗ ସରପଂଚ ପ୍ରତିନିଧି ଶୁଶିଲ କୁମାର ପ୍ରଧାନ, କୁଶଙ୍ଗ ସରପଂଚ ଜିତେନ୍ଦ୍ର କୁମାର ବେହେରା, ଶଙ୍କୁଲେଇ ସରପଂଚ ପ୍ରତିନିଧି ସତ୍ୟବାଦୀ ଚାଉଳିଆ, ମହାଲ୍ଲିକପଡା ସରପଂଚ ପ୍ରତିନିଧି ସହଦେବ ବାଘ,ଅଜିତ କୁମାର ଦାସ, ଜ୍ୟୋର୍ତିମୟ ଦାସ, ନରୋତମ ପ୍ରଧାନ, ବବଲୁ ଖଡିରତ୍ନ, ପ୍ରଦୀପ କୁମାର ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories