www.samajalive.in
Sunday, December 14, 2025
19.1 C
Bhubaneswar

ଥାନା ଅଧିକାରୀଙ୍କ କ୍ଷମତା ଦୁରୁପଯୋଗ, ଅଭିଯୋଗ କଲେ ଘରେ କାମ କରୁଥିବା ମହିଳା

ବଡ଼ମ୍ବା: ବଡ଼ମ୍ବା ଥାନା ଅଧିକାରିଣୀଙ୍କ ବିରୁଦ୍ଧରେ ଥାନାର ଦ୍ୱାରସ୍ଥ ହେଲେ ତାଙ୍କ ଘରେ ସହାୟକ ଭାବେ କାମ କରୁଥିବା ଜନୈକ ଘରୋଇ ମହିଳା। ଅଭିଯୋଗ ଅନୁସାରେ ବଡ଼ମ୍ବା ହାଟ ସାହିର ସଂଯୁକ୍ତା ପାତ୍ର ନାମ୍ନୀ ଜନୈକ ମହିଳା ବଡ଼ମ୍ବା ଥାନା ଅଧିକାରିଣୀଙ୍କ ଘରେ କିଛି ଦିନ ହେବ ଘର କାମ କରିବା ପାଇଁ ନିୟୋଜିତ ହୋଇଥିଲେ। ବିଭିନ୍ନ ସମୟରେ ଥାନାା ଅଧିକାରୀ ଓ ତାଙ୍କ ସ୍ୱାମୀ ଅଭିଯୋଗ କାରିଣୀଙ୍କୁ ମାନସିକ ଓ ଶାରୀରିକ ନିର୍ୟାତନା ଦେଇ ଅ।ମୁୁଥିବା ଅଭିପେ।ଗ ହୋଇଛି। ବର୍ତ୍ତମାନ ଆଇ.ଆଇ.ସିଙ୍କ ଅନ୍ୟତ୍ର ବଦଳି ହୋଇଥିବା ଜାଣି ଉକ୍ତ ମହିଳା ସେ ସ୍ଥାନକୁ ଯିବାକୁ ରାଜି ନହେବାରୁ ଦିନ ପ୍ରାୟ ୩ଟା ସମୟରେ ଆଇଆଇସି ହାଟସାହି ସ୍ଥିତ ସମ୍ପୃକ୍ତ ମହିଳାଙ୍କ ଘରକୁ ଯାଇ ତାଙ୍କୁ ଧମକ ଚମକ ଦେଇ ତାଙ୍କ ସହ ଯିବାକୁ ଟଣାଓଟରା କରିଥିଲେ।

ଏହି ସମୟରେ ସାହି ଲୋକ ଘଟଣା ସ୍ଥଳରେ ପହଞ୍ଚି ଥାନା ଅଧିକାରୀଙ୍କୁ ଅଟକ ରଖିଥିଲେ। ଯେଉଁଠି ପାଇଁ ଆଇ.ଆଇ.ସି ଙ୍କୁ ହଟହଟା ହେବାକୁ ପଡିଥିଲା। ଅନ୍ୟ ପକ୍ଷରେ ପୀଡ଼ିତା ମହିଳା ଏନେଇ ଥାନାରେ ଲିଖିତ ଅଭିଯୋଗ କରିବା ସହ ମାନବାଧିକାର କଟକଙ୍କ କାର୍ୟ୍ୟାଳୟକୁ ମଧ୍ୟ ଜଣାଇଛନ୍ତି। ଘଟଣା ସମ୍ପର୍କରେ ଖବର ପାଇ ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀ ବିଜୟ କୁମାର ବିଶି ବଡ଼ମ୍ବାରେ ପହଂଚିଥିଲେ। ଶ୍ରୀ ବିଶି ଘଟଣା ସମ୍ପର୍କରେ ସାମ୍ବାଦିକଙ୍କୁ କହିଛନ୍ତି ଯେ, ତାଙ୍କର ଅଭିଯୋଗ ହସ୍ତଗତ ହୋଇଛି ଏବଂ ତଦନ୍ତ ପରେ ଆବଶ୍ୟକ କାର୍ୟ୍ୟାନୁଷ୍ଠାନ ନିଶ୍ଚିନ୍ତ ରୂପେ ଗ୍ରହଣ କରାଯିବ। ଅପରପକ୍ଷରେ ଏହି ଅଭାବନୀୟ ଘଟଣାକୁ ବୁଦ୍ଧିଜୀବୀ ନିନ୍ଦା କରିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଘଟଣାକୁ କେନ୍ଦ୍ରକରି ଚାପା ଉତ୍ତେଜନା ପ୍ରକାଶ ପାଇଥିବା ଜଣାଯାଇଛି।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories