www.samajalive.in
Sunday, December 14, 2025
14.1 C
Bhubaneswar

ଆର୍ମି ଏଡ଼ି କଲେଜରେ ‘ଶତ୍ରୁ ଡ୍ରୋନମ୍ ବିନାଶ’ ଶୀର୍ଷକ ପାଠଚକ୍ର ଅନୁଷ୍ଠିତ

ଗୋପାଳପୁର: ଗୋଳାବନ୍ଧ ସ୍ଥିତ ଗୋପାଳପୁର ସ ଆର୍ମି ଏୟାର ଡ଼ିଫେନ୍ସ କଲେଜ ପରିସରରେ ଆଜି ‘ଶତ୍ରୁ ଡ୍ରୋନମ୍ ବିନାଶ’ ଶୀର୍ଷକ ଏକ ପାଠଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ପାଠଚକ୍ରରେ ଶତ୍ରୁ ପକ୍ଷରୁ ଆସୁଥିବା ଡ୍ରୋନକୁ ପ୍ରତିହତ କରିବା ପାଇଁ ବିଭିନ୍ନ ଡିଟେକ୍ଟର ଏବଂ ଜାମର୍ ବିଷୟରେ ଆଲୋଚନା କରାଯାଇଥିଲା। ଆର୍ମି ଟ୍ରେନିଂ କମାଣ୍ଡ ଏଭିଏସଏମ୍ ଲେପ୍ଟନାଣ୍ଡ ଜେନେରାଲ ଏସ.ଏସ ମହଲ୍ ବର୍ତ୍ତମାନ ଯୁଦ୍ଧରେ ବଢ଼ୁଥିବା ଚତୃର୍ଥ ଆକାର ଗୁରୁତ୍ବ ଏବଂ ଏକ ପ୍ରାଗତିକ କୌଶଳକୁ ମାତ୍ ଦେବା ପାଇଁ ଉନ୍ନତ ମାନର ଡ୍ରୋନ୍ ପ୍ରତିହତକାରୀ ମେସିନର ଆବଶ୍ୟକ ବୋଲି ନିଜର ମତ ପ୍ରକାଶ କରିଥିଲେ। ସେହିପରି ଗୋପାଳପୁର ଆର୍ମି ଏଡି କଲେଜର କମାଡେଣ୍ଟ ଲେପ୍ଟନାଣ୍ଡ ଜେନେରାଲ ୟୁ.ଭି ତଲୁର ଡ୍ରୋନ୍ ର କାର୍ୟ୍ୟ ଓ ତାହାର ପ୍ରଭାବ ଉପରେ ଆଲୋକପାତ କରିଥିଲେ। ଡ୍ରୋନ୍ ଦ୍ବାରା ଭାରତୀୟ ତଟରକ୍ଷୀ ବାହିନୀ, ସିଆଇଏସଏଫ ଉପରେ ପ୍ରଭାବ ପଡିଛି।

ଏହି ପାଠଚକ୍ରରେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସଏଫ), ଭାରତୀୟ ସଶସ୍ତ୍ର ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ଫୋର୍ସ (ସିଏପିଏଫ)ର ପ୍ରତିନିଧି ମାନେ ଯୋଗ ଦେଇଥିଲେ। ଏଥିରେ ବିଭିନ୍ନ ରାଜ୍ୟର କମ୍ପାନୀ ମାନଙ୍କ ପକ୍ଷରୁ ଶ୍ରତୁ ପକ୍ଷର ଡ୍ରୋନକୁ ଚିହ୍ନଟ ଓ ନଷ୍ଟ କରିବା ପାଇଁ ପ୍ରସ୍ତୁତ ହୋଇଥିବା ବିଭିନ୍ନ ଡିଭାଇସ୍ ପ୍ରଦର୍ଶନ କରାଯାଇଥିଲା। କମ୍ପାନୀର ପ୍ରତିନିଧୀ ମାନେ ଡିଭାଇସର କାର୍ୟ୍ୟଦକ୍ଷତା ନେଇ ଅଧିକାରୀ ମାନଙ୍କୁ ବୁଝାଇଥିଲେ। ଏହି ଅବସରରେ ଚେନ୍ନାଇ, ବେଙ୍ଗାଲୁର ଭଳି ବିଭିନ୍ନ ସ୍ଥାନର କମ୍ପାନୀ ଦ୍ୱାରା ପ୍ରସ୍ତୁତ ହୋଇଥିବା ଡ୍ରୋନ୍ ଡ଼ିଟେକ୍ଟର, ଡ୍ରୋନ୍ ଜାମର, ରାଡାର, ହ୍ୟାଣ୍ଡ ହେଲ୍ଡ ଜାମର, ସ୍ମାର୍ଟ ଜାମର ଭଳି ଡିଭାଇସ୍ ଗୁଡିକୁ ପ୍ରଦର୍ଶନ କରିଥିଲେ। ଏଥିସହ ସୈନିକ ମାନଙ୍କୁ ଡ୍ରୋନ୍ ଚାଳନା ଶିଖାଇବା ସହ ଉକ୍ତ ସାହାର୍ୟ୍ୟରେ ଶତ୍ରୁ ପକ୍ଷର ଡ୍ରୋନକୁ ଚିହ୍ନଟ ପାଇଁ ପ୍ରସ୍ତୁତ ହୋଇଥିବା ଡ୍ରୋନ୍ ମଧ୍ୟ ପ୍ରଦର୍ଶିତ କରାଯାଇଥିଲା।

Hot this week

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

Related Articles

Popular Categories