www.samajalive.in
Sunday, December 14, 2025
14.1 C
Bhubaneswar

୪ ବର୍ଷ ପରେ ହେଲା ତେଣ୍ଡରାରେ ବ୍ଲକସ୍ତରୀୟ କୃଷକ ସମ୍ପର୍କ ମେଳା

ପାଟଣା: ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ କାର୍ୟ୍ୟକ୍ରମ ଅନ୍ତର୍ଗତ ଆଜି ଏକ ବ୍ଲକସ୍ତରୀୟ କୃଷକ ସମ୍ପର୍କ ମେଳା ସାହାରପଡା ବ୍ଲକ ତେଣ୍ଡରା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ଏହି ମେଳା ୨୦୧୮-୧୯ ଆର୍ଥିକ ବର୍ଷରେ ହେବାର ଥିବା ବେଳେ ଏହା ଚଳିତ ବର୍ଷ ଅନୁଷ୍ଠିତ ହୋଇଛି। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମିହିର କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି କାନନ ବିହାରୀ ପହି, ସମ୍ମାନୀତ ଅତିଥି ଭାବେ ସାଂସଦ ପ୍ରତିନିଧି ରବିନ୍ଦ୍ର କୁମାର ନାଏକ ପ୍ରମୁଖ କାର୍ୟ୍ୟକ୍ରମରେ ଉପସ୍ଥିତ ରହି ନିଜ ନିଜ ବିଭାଗ ପକ୍ଷରୁ ଚାଷୀ ଓ ଚାଷ ପାଇଁ ଥିବା ସରକାରୀ ଯୋଜନା ସମ୍ପର୍କରେ ଉପସ୍ଥିତ ପଞ୍ଚାୟତରାଜ ପ୍ରତିନିଧି ଓ ଚାଷୀ ଭାଇ ଭଉଣୀ ମାନଙ୍କୁ ସବିଶେଷ ସୂଚନା ଦେଇଥିଲେ।

କୃଷକ ସମ୍ପର୍କ ମେଳାରେ କୃଷକଙ୍କ ନିମନ୍ତେ ଏଠାରେ ପାୱାର ଟିଲର ଷ୍ଟଲ ଖୋଲାଯାଇ ବିଭିନ୍ନ ବର୍ଗ ପାଇଁ ରିହାତି ରହିଥିଲା। କୃଷକ ମାନଙ୍କ ପାଇଁ ସ୍ୱତନ୍ତ୍ର କାଳିଆ ଯୋଜନା ପଞ୍ଜିକରଣ କେନ୍ଦ୍ର ଏବଂ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ସମ୍ବନ୍ଧେ ସହାୟତା କେନ୍ଦ୍ରର ଷ୍ଟଲ ରହିଥିବାବେଳେ ଇଣ୍ଡିଆନ ପୋଷ୍ଟ ପେମେଣ୍ଟ ବ୍ୟାଙ୍କର ଷ୍ଟଲ ଖୋଲାଯାଇଥିଲା। ଯେଉଁଥିରେ ସମସ୍ତ କୃଷକ ଭାଇ ମାନେ ନିଜର ନୂତନ ଖାତା ଖୋଲିଥିଲେ ଏବଂ ସମସ୍ତ ସରକାରୀ ପ୍ରୋତ୍ସାହନ ରାଶି ପାଇବା ନିମନ୍ତେ ଏହି ପୋଷ୍ଟ ଅଫିସ ପେମେଣ୍ଟ ବ୍ୟାଙ୍କରେ ଖାତା ଖୋଲିବାକୁ ପରାମର୍ଶ ଦେଇଥିଲେ। ପ୍ରଥମ ଥର ପାଇଁ ବିହନ ବୁଣିବା ମେସିନ ସମସ୍ତଙ୍କର ସାମ୍ନାରେ ପ୍ରଦର୍ଶନ କରାଯାଇଥିଲା। ଓଡିଶା ମିଲେଟ ମିଶନ ତରଫରୁ (ସିୱାଇଏସଡି) ଏକ ଷ୍ଟଲ ରହିଥିଲା ଯେଉଁଥିରେ ପ୍ରଥମରୁ ଜନ ସମାଗମ ଦେଖିବାକୁ ମିଳିଥିଲା। ମିଲେଟରେ ପ୍ରସ୍ତୁତ ବିଭିନ ପ୍ରକାରର ଜଳଖିଆ ଖାଇବାକୁ ଲୋକଙ୍କ ଭିଡ଼ ଜମିଥିଲା। ଏଠାରେ ବଳରାମ ଯୋଜନାରେ ୬ ଜଣ ଚାଷୀଙ୍କୁ କୃଷି ଋଣ ପ୍ରଦାନ କରାଯାଇଥିଲା।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories