www.samajalive.in
Monday, December 15, 2025
16.1 C
Bhubaneswar

ଓଟିପି ଶେୟାରିଂ ମାମଲା: ଟଙ୍କା ପଠାଇଥିବା ମାନିଲା ଅଭିଯୁକ୍ତ ଅଭିଜିତ

ଭୁବନେଶ୍ବର: ଓଟିପି ଶେୟାରିଂ ମାମଲାରେ ଅଭିଜିତ ଜମ୍ବୁରେକୁ ଜେରା କରିଛି ଏନ୍‌ଆଇଏ। ଦେଶ ବିରୋଧୀ କାର୍ଯ୍ୟକଳାପ ନେଇ ଏସଟିଏଫ୍ କାର୍ଯ୍ୟାଳୟରେ ଦୀର୍ଘ ସମୟ ଧରି ପଚରାଉଚରା କରାଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଭୁବନେଶ୍ୱରସ୍ଥିତ ଏସ୍‌ଟିଏଫ୍‌ ଅଫିସରେ ପାକିସ୍ତାନୀ ଏଜେଣ୍ଟଙ୍କ ସହ ଯୋଗାଯୋଗ ଓ ଆର୍ଥିକ କାରବାର ଲିଙ୍କ୍ ନେଇ ଏନ୍‌ଆଇଏ ଜେରା କରିଛି। ଆଜି ଅଭିଯୁକ୍ତକୁ ମେଡିକାଲ ଯାଞ୍ଚ ପାଇଁ ନେବାବେଳେ ଓଡ଼ିଶାର ପଠାଣି ଲେଙ୍କାକୁ ଅନେକବାର ଟଙ୍କା ପଠାଇଥିବା ଅଭିଜିତ କହିଥିଲା। ସୂଚନାଥାଉ କି, ମେ’ ୧୪ରେ ଗିରଫ ହୋଇ ପଠାଣି ସାମନ୍ତ ଲେଙ୍କା ଜେଲ୍‌ରେ ଅଛି। ଅଭିଜିତ ହେଉଛି ପୁଣେ ନିବାସୀ। ସେ ଏକ ସଫ୍ଟୱେୟାର କମ୍ପାନୀରେ କାମ କରୁଥିଲା। କିନ୍ତୁ ଆମେରିକାର ଏକ ନିର୍ଦ୍ଦିଷ୍ଟ ୱେବ୍‌ସାଇଟ୍ ଜରିଆରେ ଟଙ୍କା ରୋଜଗାର କରି ଆଇଏସଆଇ ଏଜେଣ୍ଟଙ୍କୁ ୨୦୧୮ରୁ ପାଣ୍ଠି ଯୋଗାଉଥିଲା। ଏହି ମାମଲାରେ ଏଟିଏସ୍‌, ଆଇବି ପରେ ଏବେ ଏନ୍‌ଆଇଏ ଜେରା କରୁଛି।

Hot this week

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

Related Articles

Popular Categories