www.samajalive.in
Monday, December 15, 2025
16.1 C
Bhubaneswar

ଶ୍ରାବଣରେ ଏସବୁ ଦାନ କଲେ, ହୋଇଥାଏ ଧନ ବୃଦ୍ଧି..

ଶ୍ରାବଣ ମାସରେ ଭଗବାନ ଶିବ ଶଙ୍କର ପୂଜାର୍ଚ୍ଚନା କରିବା ଦ୍ୱାରା ଅନେକ ଶୁଭଫଳ ପ୍ରାପ୍ତି ହୋଇଥାଏ। ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଶ୍ରାବଣ ଓ ସୋମବାର ଉଭୟ ଭଗବାନ ଶଙ୍କରଙ୍କୁ ସମର୍ପିତ। ତେଣୁ ଏହି ଦିନ ବ୍ରତ ଓ ପୂଜାର ଅନେକ ମହତ୍ତ୍ୱ ରହିଛି। ଏହି ଦିନ ଶିବଲିଙ୍ଗର ଅଭିଷେକ କରିବା ଦ୍ୱାରା ମନସ୍କାମନା ପୂରଣ ହୋଇଥାଏ ବୋଲି ମାନ୍ୟତା ରହିଛି। ଏହାସହ ସମସ୍ତ ଦୁଃଖକଷ୍ଟ ଦୂର ହୋଇଥାଏ। ଧର୍ମ ଶାସ୍ତ୍ରରେ ଶ୍ରାବଣ ସୋମବାରର ବ୍ରତ ଓ ପୂଜା କରିବା ସହ ଦାନର ମଧ୍ୟ ମହତ୍ତ୍ୱ ରହିଛି। ଜାଣନ୍ତୁ..
ଶ୍ରାବଣ ସୋମବାରରେ ଭଗବାନ ଶଙ୍କରଙ୍କୁ କଞ୍ଚା କ୍ଷୀର ଅର୍ପଣ କରନ୍ତୁ। କ୍ଷୀର ଅର୍ପଣ କରିବା ଦ୍ୱାରା ଅନେକ ଲାଭ ମିଳିଥାଏ। ସେହିଭଳି ଏହି ଦିନ ଅସହାୟଙ୍କୁ କ୍ଷୀର ଦାନ କରିବା ଦ୍ୱାରା ଜୀବନରେ ସୁଖସମୃଦ୍ଧି, ଧନ ବୃଦ୍ଧି ହୋଇଥାଏ।
ଶ୍ରାବଣ ସୋମବାରରେ ଧଳା ଜିନିଷର ଦାନ କରିବା ଶୁଭଙ୍କର। କ୍ଷୀର ବ୍ୟତୀତ ଧଳା ବସ୍ତ୍ର, ମୋତି, ଚିନି ମଧ୍ୟ ଦାନ କରି ପାରିବେ। ଅସହାୟଙ୍କୁ ବସ୍ତ୍ର, ଚିନି ଆଦି ଦାନ କରିବା ଦ୍ୱାରା ଜୀବନରେ ଖୁସି, ଶାନ୍ତି ଓ ସମୃଦ୍ଧି ବୃଦ୍ଧି ପାଇଥାଏ।
ଶ୍ରାବଣ ମାସରେ ବିଶେଷ କରି ଚାନ୍ଦିର ମଧ୍ୟ ଦାନ କରି ପାରିବେ। ଏହାଦ୍ୱାରା ଜାତକରେ ଚନ୍ଦ୍ର ମଜଭୂତ ହୋଇ ଥାଆନ୍ତି। କଷ୍ଟ ଓ ଚିନ୍ତା ଦୂର ହୋଇଥାଏ। ମାନସିକ ସ୍ତରରେ ମଜଭୂତ ହୋଇଥାଆନ୍ତି। ଶ୍ରାବଣ ସୋମବାରରେ ଚାନ୍ଦି ଜିନିଷ ଦାନ କରନ୍ତୁ।
ଶ୍ରାବଣ ସୋମବାର ଦିନ ଅସହାୟଙ୍କୁ ଚାଉଳ କିମ୍ବା କ୍ଷୀରି ଦାନ କରନ୍ତୁ। ଏହାଦ୍ୱାରା ବାଧା ଦୂର ହେବା ସହ ଧନ ବୃଦ୍ଧି ହୋଇଥାଏ।
ଶ୍ରାବଣ ସୋମବାରରେ ରୁଦ୍ରାକ୍ଷ ମଧ୍ୟ ଦାନ କରି ପାରିବେ। ଶିବଲିଙ୍ଗରେ ରୁଦ୍ରାକ୍ଷ ଅର୍ପଣ କିମ୍ବା ଦାନ କରିବା ଦ୍ୱାରା ଶାରୀରିକ ଓ ମାନସିକ କଷ୍ଟ ଦୂର ହୋଇଥାଏ। ମନସ୍କାମନା ପୂରଣ ହୋଇଥାଏ।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories