www.samajalive.in
Monday, December 15, 2025
16.1 C
Bhubaneswar

ବଇଜିଂ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ନୀଳମାଧବଙ୍କ ‘କଡ୍‍ବି ହାୱା’

ଭୁବନେଶ୍ୱର : ଜଳବାୟୁ ପରିବର୍ତ୍ତନ ଉପରେ ଆଧାରିତ ଚିତ୍ର ‘କଡ୍‍ବି ହାୱା’ ବେଇଜିଂ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ପାଇଁ ମନୋନୀତ ହୋଇଛି। ଏହି ଉତ୍ସବର ସମ୍ମାନଜନକ ‘ଟିଆନଟାନ ପୁରସ୍କାର’ ପ୍ରତିଯୋଗିତା ବିଭାଗରେ ‘କଡ୍‍ବି ହାୱା’ ସ୍ଥାନିତ ହେବ।
ବିଶ୍ୱ ପରିବେଶରେ ବିକ୍ଷିପ୍ତ ହେଉଥିବା ଭାରସାମ୍ୟ ଉପରେ ଏହି ଚିତ୍ର ନିର୍ମିତ ହୋଇଥିବାବେଳେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଚିତ୍ର ନିର୍ଦେଶକ ନୀଳମାଧବ ପଣ୍ଡା ଓ ବିଶିଷ୍ଟ ପ୍ରଯୋଜକ ଅକ୍ଷୟ ପରିଜା ଏହାକୁ ବିଶ୍ୱବ୍ୟାପୀ କରିବା ନିମନ୍ତେ ପ୍ରୟାସ ଜାରି ରଖିଛନ୍ତି। ନୀଳମାଧବ କହିଛନ୍ତି ଏହି ଚିତ୍ର ବୁନ୍ଦେଲଖଣ୍ଡର ମରୁଡ଼ି ପ୍ରଭାବିତ ଅଞ୍ଚଳ ଓ ଓଡ଼ିଶା ଉପକୂଳରେ କୂଳ ଖାଇ ନିଶ୍ଚିହ୍ନ ହୋଇଥିବା କିଛି ଗାଁର କଥାକୁ ନେଇ ସମୃଦ୍ଧ। ଦୁବାଇରେ ରହୁଥିବା ଚଳଚ୍ଚିତ୍ର ନିର୍ମାତା ଶ୍ରୀ ପରିଜା କହିଛନ୍ତି, ଜଳବାୟୁ ପରିବର୍ତ୍ତନ ଉପରେ ଏହି ଚିତ୍ରର କାହାଣୀକୁ ସମସ୍ତେ ପସନ୍ଦ କରିବା ସବୁଠାରୁ ବଡ଼ କଥା। ବିଶ୍ୱର ଅଗଣିତ ଜନସାଧାରଣଙ୍କ ପାଇଁ ସଚେତନତା ସୃଷ୍ଟି ସାଙ୍ଗକୁ ସମଗ୍ର ବିଶ୍ୱ ଏକତ୍ର ହୋଇ ସମସ୍ୟା ନିମନ୍ତେ ଜାଗି ଉଠିବ- ତାହା ଏହି ଚିତ୍ରରେ ଆମେ ଦର୍ଶାଇଛୁ ବୋଲି ସେ କହିଛନ୍ତି। ଏହି ଚିତ୍ରର ପ୍ରମୁଖ ଭୂମିକାରେ ସଞ୍ଜୟ ମିଶ୍ର, ରଣବୀର ସୌରୀ, ତିଳୋତ୍ତମା ସୋମେ, ଭୂପେଶ ପ୍ରମୁଖ ଅଭିନୟ କରିଛନ୍ତି।
‘କଡ୍‍ବି ହାୱା’ ମଧ୍ୟ ଲଣ୍ଡନ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ, ଆଫ୍ରିକାନ ଫିଲ୍ମ ଫେଷ୍ଟିଭାଲ ପ୍ରଭୃତିରେ ପ୍ରଦର୍ଶନ ନିମନ୍ତେ ମନୋନୀତ ହୋଇଥିବା ନିର୍ଦେଶକ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ଉଭୟ ଶ୍ରୀ ପଣ୍ଡା ଓ ଶ୍ରୀ ପରିଜା ଏପରି ଏକ ଉପଯୋଗୀ ଚିତ୍ର ନିର୍ମାଣ କରି ବିଶ୍ୱରେ ଓଡ଼ିଶାର ଟେକ ରଖିବାରେ ସଫଳ ହେବା ଉଲ୍ଲେଖନୀୟ।

Hot this week

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

Related Articles

Popular Categories