ଓଟିପି ସେୟାରିଂ ମାମଲା-ଏଟିଏସ, ଏସଟିଏଫ, ଆଇବିର ମିଳିତ ଜେରା

ଭୁବନେଶ୍ବର: ଓଟିପି ସେୟାରିଂ ମାମଲାର ଅଭିଯୁକ୍ତକୁ ଏଟିଏସ, ଏସଟିଏଫ, ଆଇବି ପକ୍ଷରୁ ମିଳିତ ଭାବେ ଜେରାକରାଯାଉଛି। ଗିରଫ ଅଭିଜିତ ସଞ୍ଜୟ ଜାମ୍ବରେକୁ ଏଟିଏସ, ଏସଟିଏଫ, ଆଇବି ପକ୍ଷରୁ ମିଳିତ ଜେରା କରାଯାଉଛି। ଆର୍ମି, ବାୟୁସେନା ଓ ନୌସେନା ମାନଚିତ୍ର ପାକିସ୍ତାନ ପଠାଇଥିବା ଅଭିଯୋଗ ହୋଇଛି। ତେଣୁ ଅଭିଯୁକ୍ତକୁ ୩ ସେନାବାହିନୀର ମାନଚିତ୍ର ପାକିସ୍ତାନ ପଠାଇଥିବା ଲିଙ୍କରେ ଜେରା କରାଯାଉଛି। ପଠାଣି ସାମନ୍ତ ଅମଦୁଲ ହମିଦକୁ ଦେଇଥିବା ସିମ ଗଞ୍ଜାମ ଜିଲାର ବୋଲି ଜଣାପଡ଼ିଛି। ଅଭିଜିତର ସାଙ୍ଗ କେହି ଏଜେଣ୍ଟ ଅଛନ୍ତି କି ନାହିଁ ତାହା ଜାଣିବା ପାଇଁ ଜେରା ଜାରି ରହଛି।

kalyan agarbati

Comments are closed.