ଗୁଆହାଟୀରେ ହେବ ଓଡ଼ିଶା ବିଜେପିର ବୈଠକ

ଭୁବନେଶ୍ବର : ଦେଶର ସବୁ ରାଜ୍ୟକୁ ନେଇ ବିଜେପି ଗୁଆହାଟୀଠାରେ ଆସନ୍ତା ୬ ତାରିଖରୁ ୩ ଦିନିଆ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ୬, ୭ ଏବଂ ୮ ତାରିଖରେ ହେବାକୁ ଥିବା ଏହି ବୈଠକରେ ଦେଶକୁ ୩ଟି ଜୋନ୍‌ରେ ଭାଗ କରି ପ୍ରତ୍ୟେକ ଦିନ କିଛି କିଛି ରାଜ୍ୟ ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଲୋଚନା କରିବା ନେଇ ସୂଚନା ମିଳିଛି। ୬ ତାରିଖରେ ଓଡ଼ିଶା ଏହି ବୈଠକରେ ଯୋଗଦେବ। ଏଥିରେ ଦଳର ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Comments are closed.