www.samajalive.in
Sunday, December 7, 2025
14.1 C
Bhubaneswar

ଆଇସିସି ବିଶ୍ୱକପ କ୍ରିକେଟ୍‌ : ଭାରତରେ ସ୍ଥିତି ପରଖିବେ ପାକିସ୍ତାନର ସୁରକ୍ଷା ପ୍ରତିନିଧି ଦଳ

ନୂଆଦିଲ୍ଲୀ : ଆଇସିସି ବିଶ୍ୱକପ ପାଇଁ ଭାରତକୁ ପାକିସ୍ତାନ ଦଳ ପଠାଇବା ପାକିସ୍ତାନର ଗୋଟିଏ ସୁରକ୍ଷା ପ୍ରତିନିଧି ଦଳ ଭାରତ ଆସିବେ। ମ୍ୟାଚ ଖେଳା ହେବାକୁ ଥିବା ସ୍ଥାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରାଯିବ। ସୁରକ୍ଷା ପ୍ରତିନିଧି ଦଳ ବିଶ୍ୱକପରେ ଦଳ ପାଇଁ କ’ଣ ସବୁ ସୁରକ୍ଷା ବ୍ୟବସ୍ଥା ହୋଇଛି ଓ ସେମାନେ କେଉଁଠି ରହିବେ, ତା’ର ଟିକିନିକ୍‌ ତଥ୍ୟ ସଂଗ୍ରହ କରିବେ। ପ୍ରତିନିଧି ଦଳ ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, କୋଲକାତା ଓ ଅହମଦାବାଦ ଗସ୍ତ କରିବେ। ଅହମଦାବାଦରେ ଅକ୍ଟୋବର ୧୫ରେ ଭାରତ-ପାକିସ୍ତାନ ଟକ୍କର। ଏହି ସୁରକ୍ଷା ପ୍ରତିନିଧି ଦଳ ରିପୋର୍ଟ ଦେବା ପରେ ହିଁ ପାକିସ୍ତାନ ସରକାର ଏ ନେଇ ନିଷ୍ପତ୍ତି ନେବେ। ନିଷ୍ପତ୍ତି ପରେ ଯାଇ ପାକିସ୍ତାନ ଦଳ ଖେଳିବାକୁ ଆସିବ ବୋଲି ଜଣାପଡ଼ିଛି। ଏଠାରେ ସୂଚନାଯୋଗ୍ୟ ଯେ, ୨୦୧୬ ଟି-୨୦ ବିଶ୍ୱକପ ଖେଳିବାକୁ ପାକିସ୍ତାନ ମଧ୍ୟ ଭାରତ ଆସିଥିଲା। ସେତେବେଳେ ପାକିସ୍ତାନ ସରକାର ଏମିତି ପଦକ୍ଷେପ ଗ୍ରହଣ କରିଥିଲେ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories