www.samajalive.in
Sunday, December 14, 2025
16.1 C
Bhubaneswar

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶା ରେଳ ଦୁର୍ଘଟଣା ପୀଡ଼ିତଙ୍କ ପରିବାର ସଦସ୍ୟଙ୍କୁ ଶୁଖିଲା ରାସନ ରିଲିଫ୍ ବଂଟନ ଆରମ୍ଭ

 

ଭୁବନେଶ୍ୱର: ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ବାହାନଗାଠାରେ ଘଟିିଥିବା ଦୁଃଖଦ ଟ୍ରେନ୍ ଦୁର୍ଘଟଣାର ମୃତକ ଓ ଗୁରୁତର ଆହତଙ୍କ ପରିବାର ସଦସ୍ୟମାନଙ୍କୁ ସହାୟତା ଉଦ୍ୟମ ଜାରି ରଖି ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ପୀଡ଼ିତ ପରିବାରଙ୍କୁ ଶୁଖିଲା ରାସନ ବଂଟନ କାର୍ଯ୍ୟକ୍ରମ ଭଦ୍ରକ ଜିଲ୍ଲାରୁ ଆରମ୍ଭ କରାଯାଇଛି । ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ପୂର୍ବରୁ ଘୋଷଣା କରାଯାଇଥିବା ୧୦ ସୂତ୍ରୀ ରିଲିଫ୍ ଯୋଜନାର ଏକ ଅଂଶ ଭାବେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ପୀଡ଼ିତଙ୍କ ପରିବାରକୁ ଛଅ ମାସର ଶୁଖିଲା ରାସନ ସମେତ ସ୍ୱଳ୍ପକାଳୀନ ଓ ଦୀର୍ଘକାଳୀନ ଆଶ୍ୱସ୍ତି ପାଇଁ ଅନ୍ୟାନ୍ୟ ସୁବିଧା ପ୍ରଦାନ କରିବାକୁ ଫାଉଣ୍ଡେସନ ପୂର୍ବରୁ ଘୋଷଣା କରିଥିଲା ।

- Advertisement -

ଆଜି ଭଦ୍ରକ ସହରରେ ଭଦ୍ରକ ଜିଲ୍ଲାର ପୀଡ଼ିତମାନଙ୍କ ପରିବାର ସଦସ୍ୟ ରିଲାଏନ୍ସ ଫାଉଣ୍ଡେସନଠାରୁ ଶୁଖିଲା ରାସନ ସାମଗ୍ରୀ ଗ୍ରହଣ କରିଛନ୍ତି । ଏହି ଅବସରରେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜରୁରୀକାଳୀନ ସେକ୍ସନର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଅମ୍ଳାନ କୁମାର ସେନାପତି ଓ ଏସ୍‌ଇଏଡିଏର ସହାୟକ ସଚିବ ଅଞ୍ଜନ କୁମାର ଚାନ୍ଦଙ୍କ ସମେତ ରିଲାଏନ୍ସ ଫାଉଣ୍ଡେସନ ବିପର୍ଯ୍ୟୟ ପରିଚାଳନା ଟିମ୍‌ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଆଜିଠାରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟାରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଆଗାମୀ ଦିନରେ ବିଭିନ୍ନ ଜିଲ୍ଲା ଓ ରାଜ୍ୟଗୁଡ଼ିକରେ ରହିଥିବା ପୀଡ଼ିତଙ୍କ ପରିବାରବର୍ଗଙ୍କୁ ଛଅ ମାସର ଶୁଖିଲା ରାସନ ରିଲିଫ୍ ସାମଗ୍ରୀ ପ୍ରଦାନ କରାଯିବ ।

ଓଡିଶା ସମେତ ବିଭିନ୍ନ ରାଜ୍ୟରେ ରହିଥିବା ଏହି ଟ୍ରେନ୍ ଦୁର୍ଘଟଣାର ପୀଡ଼ିତ ପରିବାରଗୁଡ଼ିକ ଚିହ୍ନଟ କରିବା ଲାଗି ରିଲାଏନ୍ସ ଫାଉଣ୍ଡେସନ ବିଭିନ୍ନ କର୍ତୃପକ୍ଷ ଓ ସରକାରୀ ଏଜେନ୍ସିମାନଙ୍କ ସହ ମିଶି କାର୍ଯ୍ୟ କରୁଛି । ଏହା ପରେ ଘରକୁ ଘର ଯାଇ ପ୍ରତ୍ୟେକଙ୍କର ବ୍ୟକ୍ତିବିଶେଷ ଆବଶ୍ୟକତାର ଅନୁଶୀଳନ କରାଯାଉଛି । ପୂର୍ବରୁ ବିପର୍ଯ୍ୟୟ ମୁକାବିଲାରେ ନିୟୋଜିତ ଆମ୍ବୁଲାନ୍ସଗୁଡ଼ିକୁ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଜିଓ-ବିପି ନେଟ୍‌ୱର୍କ ଜରିଆରେ ମାଗଣାରେ ତେଲ ପ୍ରଦାନ କରଯାଇଛି । ଏଥି ସହିତ, ପିଲାମାନଙ୍କୁ ସ୍କୁଲ ଯିବାକୁ ପ୍ରସ୍ତୁତ କରିବା ନିମନ୍ତେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଓ ବାହାନଗା ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟର ସହଯୋଗରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଅନ୍ୟ ଅଂଶୀଦାରମାନଙ୍କ ପାଇଁ ଏକ ତିନିଦିନିଆ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା ଏହି ମର୍ମନ୍ତୁଦ ଦୁର୍ଘଟଣା ପରେ ପିଲା ଓ ଅଭିଭାବକମାନେ ସାମ୍ନା କରିଥିବା ମନସ୍ତାତ୍ୱିକ ଆହ୍ୱାନର ମୁକାବିଲା କରିବା ।

ବାଲେଶ୍ୱରର ବାହାନଗାରେ ଘଟିଥିବା ଦୁଃଖଦ ଟ୍ରେନ୍ ଦୁର୍ଘଟଣାର ପୀଡ଼ିତ, ଆହତ ବ୍ୟକ୍ତିି ଓ ସେମାନଙ୍କ ପରିବାର ସଦସ୍ୟମାନଙ୍କ ପାଇଁ ତୁରନ୍ତ ସହାୟତା ଦରକାର ହୋଇଥିଲା । ଦୁର୍ଘଟଣା ସ୍ଥଳରେ ଶୀଘ୍ର ପହଂଚି ଓ ପ୍ରଭାବିତ ଲୋକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରିଲାଏନ୍ସ ଫାଉଣ୍ଡେସନର ଉଦ୍ଧାରକାରୀ ଦଳ ପକ୍ଷରୁ କ୍ଷେତ୍ରରେ ନିୟୋଜିତ ପୋଲିସ ବଳ ଓ ସ୍ୱେଚ୍ଛାସେବୀମାନଙ୍କୁ ଫେସ୍ ମାସ୍କ, ସର୍ଜିକାଲ୍ ଗ୍ଲୋଭ୍‌ସ, ବେଡ୍‌ସିଟ୍‌, ଔଷଧ, ପାନୀୟ ଜଳ ଏବଂ ଖାଦ୍ୟ ଉପଲବ୍ଧ କରାଯାଇଥିଲା । ଦୁର୍ଘଟଣା ପୀଡ଼ିତଙ୍କ ଅପୂରଣୀୟ କ୍ଷତିକୁ ଦୃଷ୍ଟିରେ ରଖି ସେମାନଙ୍କୁ ସ୍ୱଳ୍ପକାଳୀନ ଓ ଦୀର୍ଘକାଳୀନ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ୧୦-ସୂତ୍ରୀ ରିଲିଫ୍ ଯୋଜନା ଘୋଷଣା କରାଯାଇଥିଲା

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories