www.samajalive.in
Sunday, December 14, 2025
23.1 C
Bhubaneswar

୪ କିଲୋ ଗଞ୍ଜେଇ ପାଇଁ ୫ ବର୍ଷ ଜେଲ ଦଣ୍ଡାଦେଶ

ବୌଦ୍ଧ : ବୌଦ୍ଧ ଜିଲା ଦୌରାଜଜ ତଥା ସ୍ପେଶାଲ ଜଜ ବିକ୍ରମ କୁମାର ପ୍ରଧାନ ଗୁରୁବାର ଏକ ଗଞ୍ଜେଇ ମାମଲାର ବିଚାର କରି ୪ କିଲୋ ଗଂଜେଇ ପାଇଁ ଅଭିଯୁକ୍ତକୁ ୫ ବର୍ଷ କାରାଦଣ୍ଡାଦେଶ ଦେବା ସହ ୫୦ ହଜାର ଟଙ୍କା ଜୋରିମୋନା ଆଦେଶ ପ୍ରଦାନ କରିଛନ୍ତି। ମାମଲାରୁ ପ୍ରକାଶଯେ ଗତ ୨୦.୦୯.୨୨ ତାରିଖରେ ହରଭଙ୍ଗା ଅବକାରୀ ବିଭାଗ ପକ୍ଷରୁ ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥର ଲୁଣିବାହାଲ ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବିଶେଷ ସୁତ୍ରରୁ ଖବର ପାଇଲେ ଯେ ଜାତୀୟ ରାଜପଥର ଝାରକଟା ଛକଠାରେ ଜଣେ ବ୍ୟକ୍ତି ଏକ ବ୍ୟାଗରେ ଗଂଜେଇ ଧରି ବସ ଅପେକ୍ଷାରେ ଅଛି। ସଙ୍ଗେ ସଙ୍ଗେ ଅବକାରୀ କର୍ମଚାରୀମାନେ ସେଠାରେ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କ ତଲାସି ନେବାରେ ତାଙ୍କ ପାଖରୁ ୪ କିଲୋ ଗଂଜେଇ ଜବତ କରିଥିଲେ। ଏହି ମାମଲାରେ ପୁରୁଣାକଟକ ଥାନା ଝାରକଟା ଗ୍ରାମର ବିରେନ୍ଦ୍ର ଭୋକ୍ତା (୩୫)ଙ୍କୁ ଅବକାରୀ ବିଭାଗ ପକ୍ଷରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ପରବର୍ତି ସମୟରେ ଏହି ମାମଲାଟି ବୌଦ୍ଧଜିଲା ଦୌରାଜଜଙ୍କ ଅଦାଲତରେ (୨ଏସିସି ୨୦/୨୨)ହୋଇ ବିଚାର ହୋଇଥିଲା। ୩ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ପ୍ରମାଣ ଥିବା ନେଇ ଅଦାଲତ ଅଭିଯୁକ୍ତ ବିରେନ୍ଦ୍ର ଭୋକ୍ତାକୁ ୫ ବର୍ଷ କାରାଦଣ୍ଡାଦେଶ ଦେବା ସହ ୫୦ ହଜାର ଟଙ୍କା ଜୋରିମୋନା ଆଦେଶ ପ୍ରଦାନ କରିଛନ୍ତି। ସରକାରଙ୍କ ପକ୍ଷରୁ ମାମଲାକୁ ସରକାରୀ ଓକିଲ ସବିତା କୁମାରୀ ପଣ୍ଡା ପରିଚାଳନା କରିଥିଲେ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories