www.samajalive.in
Monday, December 15, 2025
15.1 C
Bhubaneswar

ଗ୍ରାହକଙ୍କୁ ଲାଲ୍‌ଚାନ୍ଦର ‘ଗ୍ରେଟ୍ ମନ୍‌ସୁନ୍’ ଅଫର୍‌ରେ ମିଳୁଛି ସର୍ବନିମ୍ନ ମୂଲ୍ୟରେ ସୁନା ଏବଂ ହୀରା

ଭୁବନେଶ୍ୱର : ଅଳଙ୍କାର ବ୍ୟବସାୟ ଜଗତରେ ସ୍ୱଚ୍ଛତା ଓ ବିଶ୍ୱସନୀୟତା କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ଓଡ଼ିଶାର ଅଗ୍ରଣୀ ତଥା ଲୋକପ୍ରିୟ ଅଳଙ୍କାର ପ୍ରତିଷ୍ଠାନ ଲାଲ୍‌ବାଦ ଜୁଏଲର୍ସ ପକ୍ଷରୁ ଆରମ୍ଭ ହୋଇଛି ଗ୍ରେଟ୍ ମନସୁନ୍, ଅଫର” । ଚଳିତ ମୌସୁମୀକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଲାଲବାନ୍ଦ ଏହି ଅଫରରେ ‘ସିମ୍ପଲି ବିଉଟିଫୁଲ’ କଲେକ୍ସନ ପ୍ରସ୍ତୁତ କରିଛନ୍ତି | ଏହାର ସ୍ୱତ୍ତ୍ୱାଧିକାରୀ ସଂଜୟ ହଂସ ଏ ବିଷୟରେ ଭୁବନେଶ୍ୱରସ୍ଥିତ ହୋଟେଲ ବ ନ୍ୟୁ ମାରିଅନ୍‌ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ଏହି ଅଫରରେ ସମସ୍ତ ଏଚୟୁଆଇଡି ହଲମାର୍କ ସୁନା ଗହଣାର ଗ୍ରାମ ପିଛା ଗଢ଼ା ମୂଲ୍ୟ ୬୯୯ ଟଙ୍କା ଧାର୍ଯ୍ୟ କରାଯାଇଛି । ଏଥିସହିତ ହୀରା ମୂଲ୍ୟ ଉପରେ ୨୫ ପ୍ରତିଶତ ରିହାତି ଦିଆଯାଉଛି । ଏହାସହ ମନୋନୀତ ଅନ୍ତର୍ଜାତୀୟ ବ୍ରାଣ୍ଡେଡ୍ ଘଣ୍ଟା ଉପରେ  ୧୫% ରିହାତି ଏବଂ ବ୍ରାଣ୍ଡେଡ ରୂପା ସାମଗ୍ରୀ ଉପରେ ଫ୍ଲାଟ୍ ୧୫% ରିହାତି ପ୍ରଦାନ କରୁଛନ୍ତି । ଏଥିସହିତ ରୁପା ଗହଣାର ଗଢ଼ା ମୂଲ୍ୟ ଉପରେ   ୫୦ ପ୍ରତିଶତ ରିହାତି ରହିଛି ।

ଏହି ଅବସରରେ ଲାଚାନ୍ଦ ଜୁଏଲର୍ସର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଶ୍ରୀ ସଞ୍ଜୟ ହଂସ କହିଛନ୍ତି ଗତ ୩୫ ବର୍ଷ ଧରି ଲାଲଚାନ୍ଦ ଓଡ଼ିଶାର ସବୁଠାରୁ ଭରସାଯୋଗ୍ୟ ଜୁଏଲରୀ ବ୍ରାଣ୍ଡ୍ ହୋଇ ରହିଆସିଛି । ଉଚ୍ଚମାନ ଓ ଶୁଦ୍ଧ ସୁନା, ସୁନାର ମୂଲ୍ୟ ଏବଂ ସର୍ବନିମ୍ନ ଗଢାମୂଲ୍ୟ ହିଁ ଲାଇଚାନ୍ଦକୁ ଲୋକପ୍ରିୟ ଜୁଏଲରୀ ବ୍ରାଣ୍ଡ୍ କରିପାରିଛି । ଏହାର ସମସ୍ତ ସୋରୁମ୍‌ରେ ଏଚୟୁଆଇଡି ହଲମାର୍କଯୁକ୍ତ ସୁନା, ସାର୍ଟିଫାଏଡ୍ ହୀରା ଏବଂ ରୁପାର ବିଭିନ୍ନ ଡିଜାଇନ୍‌ର ଅଳଙ୍କାର ଉପଲବ୍ଧ । ବର୍ତ୍ତମାନ ମୌସୁମୀ ଆରମ୍ଭ ହୋଇଯାଇଥିବା ବେଳେ ଲୋକମାନଙ୍କର ପସନ୍ଦ ଓ ଚାହିଦାକୁ ଦୃଷ୍ଟିରେ ରଖି ଲାଲଚାନ୍ଦ ପକ୍ଷରୁ ‘ସିମ୍ପଲି ବିୟୁଟିଫୁଲ’ କଲେକ୍ସନ ଜୁଏଲରୀ ଘୋଷଣା କରାଯାଇଛି, ଯେଉଁଥରେ ରହିଛି ଆକର୍ଷଣୀୟ ଅଫର୍ । ଏହି ଅଫର୍ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରସ୍ଥିତ ସମସ୍ତ ସୋରୁମରେ ଉପଲବ୍ଧ । ଏଥିସହ ଶ୍ରୀ ସଞ୍ଜୟ ହଂସ ଗ୍ରାହକଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, ବଜାରରେ ଅନେକ ପ୍ରକାର ଆକର୍ଷଣୀୟ ଅଫର୍ ଦିଆଯାଇଅଛି । ତେବେ ସେମାନଙ୍କ ଅଫରରେ ଅନେକ ପ୍ରକାର ଲୁକ୍କାୟିତ ସର୍ତ୍ତାବଳୀ ରହୁଛି, ଯାହା ଗ୍ରାହକମାନେ ଅଳଙ୍କାର କ୍ରୟ ସମୟରେ ହିଁ ଜାଣିବାକୁ ପାଉଛନ୍ତି । କିନ୍ତୁ ଲାଲ୍‌ଚାନ୍ଦ ସର୍ବଦା ସ୍ଵଚ୍ଛ ଏବଂ ବିନା କୌଣସି ସର୍ତ୍ତରେ ଅଫର ପ୍ରଦାନ କରି ଗ୍ରାହକଙ୍କ ପ୍ରତି ବିଶ୍ଵସ୍ତ ମନୋଭାବ ରଖିପାରିଥିବା ଶ୍ରୀ ସଞ୍ଜୟ ହଂସ କହିଛନ୍ତି । ଶେଷରେ ପବିତ୍ର ସୁନାବେଶ ଉପଲକ୍ଷେ ସମସ୍ତ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories