www.samajalive.in
Sunday, December 14, 2025
15.1 C
Bhubaneswar

ବାହାରିନ ରେ ପ୍ରବାସୀ ଓଡ଼ିଆ ପାଳିଲେ ବାହୁଡା ଯାତ୍ରା

ନୂଆଦିଲ୍ଲୀ – ବାହାରିନ ର ରାଜଧାନୀ ମାନାମା ଠାରେ ପ୍ରବାସୀ ଓଡ଼ିଆଙ୍କ ସଂଗଠନ ‘ବାହାରିନ ଓଡ଼ିଆ ସମାଜ” ଘୋଷ ଯାତ୍ରା ପର୍ବର ଶେଷ ଦିବସ ବାହୁଡା ଯାତ୍ରା ପାଳନ କରିଛନ୍ତି। ଏଥିରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେଇ ଘଣ୍ଟଘଣ୍ଟା ଓ ବାଦ୍ୟ ନାଦ ମଧ୍ୟରେ ଭକ୍ତ ମାନେ ହରିବୋଲ ଓ ଜୟ ଜଗନ୍ନାଥ ଧ୍ବନି ଦେଇ ରଥ ଟାଣିଥିଲେ।

ରଥ ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରା ବିଜେ ହେଲାପରେ ବାହୁଡା ଯାତ୍ରା ହୋଇଥିଲା ।  ଚତୁର୍ଦ୍ଧାମୂର୍ତ୍ତି ରଥରେ ପରିକ୍ରମା କଲା ପରେ ଶତାଧିକ ଭକ୍ର ପ୍ରସାଦ ସେବନ କରିଥିଲେ, ଶେଷରେ କିଛି ଭକ୍ତ ଓଡ଼ିଶା ର ବିଭିନ୍ନ ପାରମ୍ପାରିକ ନୃତ୍ୟ ପ୍ରଦର୍ଶନ କରିଥିଲେ ।ଗରିବ ଲୋକ ମାନଙ୍କୁ ବସ୍ତ୍ର ଦାନ କରାଯାଇଥିଲା ବାହାରିନ ଓଡ଼ିଆ ସମାଜ ର ସଭାପତି ବିଷ୍ଣୁ ପ୍ରସାଦ ମହାନ୍ତି, ସଂପାଦକ ସୌମ୍ୟଦର୍ଶୀ ଦାଶ, ଯୁଗ୍ମ ସମ୍ପାଦକ ଦିଲୀପ ସ୍ୱାଇଁ, କୋଷାଧକ୍ଷ ଶିବାଶିଷ ମହାନ୍ତି, ସାଂସ୍କୃତିକ ସଂପାଦକ ପ୍ରିୟମ୍ବଦା ସାହୁ, କ୍ରୀଡା ସମ୍ପାଦକ ଲକ୍ଷ୍ମୀକାନ୍ତ ନନ୍ଦ ସମସ୍ତ ଭକ୍ତ ମାନଙ୍କୁ ଧନ୍ୟବାଦ୍ ଜଣାଇବା ସହ ଭକ୍ତ ମାନଙ୍କ ଗହଣରେ ଜଗନ୍ନାଥ ସଂସ୍କୃତି ବିଷୟରେ ଆଲୋଚନା କରିଥଲେ। ବିଦେଶରେ ରଥ ଯାତ୍ରା ପାଳନ କରିବା ପ୍ରତେକ ପ୍ରବାସୀ ଓଡ଼ିଆଙ୍କ ପାଇଁ ସୌଭାଗ୍ୟ ଓ ଗର୍ବ ର ବିଷୟ ବୋଲି କହିଥିଲେ।

- Advertisement -

ଶତାଧିକ ଅଣଓଡିଆ ମଧ୍ୟ ବାହୁଡା ଯାତ୍ରା ରେ ଯୋଗ ଦେଇ ଆନନ୍ଦିତ ହୋଇ ନିଜକୁ ସୌଭାଗ୍ୟ ମନେ କରିଥିଲେ ।ବାହାରିନ୍ ରେ ରଥ ଯାତ୍ରା ଉତ୍ସବ ନଅ ଦିନ ଧରି ବାହୁଡା ଯାତ୍ରା ପର୍ଯ୍ୟନ୍ତ ବହୁତ ଧୁମ୍ ଧାମ୍ ରେ ପାଳନ କରାଯାଏ। ସମସ୍ତେ ବର୍ଷ ର ଏହି ପର୍ବକୁ ଅପେକ୍ଷା କରିଥାନ୍ତି। ସର୍ବଶେଷରେ ଶ୍ରୀ ଶ୍ରୀ ରାଧା ଗୋପାଳକୃଷ୍ଣ ମନ୍ଦିର ର ସଭାପତି ପ୍ରଶାନ୍ତ ମହାନ୍ତି ବାହାରିନ ରେ ରଥ ଯାତ୍ରା ପାଳନ କରିବା ପ୍ରଭୂ ଜଗନ୍ନାଥ ଙ୍କ ଲୀଳା ଓ କରୁଣା ବୋଲି କହିଥିଲେ

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories