www.samajalive.in
Monday, December 15, 2025
15.1 C
Bhubaneswar

ଅସହାୟ ପୀଡିତଙ୍କ ସେବା ହିଁ ମାଧବ ସେବା

କଟକ: କଟକ ସ୍ଥିତ ଅପନା ଘର ସେବା ଆଶ୍ରମରେ ମାନବ ସେବା ହିଁ ମାଧବ ସେବା ଓ ଅନ୍ତରୀକ୍ଷ ଚାରିଟେବୁଲ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଆଶ୍ରମରେ ଥିବା ଅସହାୟ ମାନସିକ ପୀଡ଼ିତ ଅନାଥ ରୋଗୀଙ୍କୁ ସକାଳ ଭୋଜନ ପ୍ରଦାନ କରାଯାଇଛି। ଏହି କ୍ରମରେ ଫଳ ମୂଳ ଓ ମଧ୍ୟାହ୍ନ ଭୋଜନ ଟ୍ରଷ୍ଟ ତରଫରୁ ଅର୍ପଣ କରାଯିବା ସହିତ ଏକ ସଭାର ଆୟୋଜନ କରାଯାଇଥିଲା। ଆଶ୍ରମର ରାତ୍ରି ଭୋଜନ ପାଇଁ ଆବଶ୍ୟକୀୟ ଅର୍ଥ ମଧ୍ୟ ପୈଠ କରାଯାଇଥିଲା।

ମାନବ ସେବା ମାଧବ ସେବା ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ତଥା ସାମାଜିକ ସେବା କର୍ମୀ ଶଶଧର ପଣ୍ଡାଙ୍କ ଉଦ୍ୟମରେ ଆଶ୍ରମରେ ଥିବା ସମସ୍ତ ପ୍ରଭୂଜୀ ଆଶ୍ରମରେ ଅବସ୍ଥାପିତ ସମସ୍ତ ଅସହାୟଙ୍କୁ ଏକାଠି ଫଳ ମୂଳ ଜଳଖିଆ ଭାବରେ ଖାଇବାକୁ ଦିଆଯିବା ପରେ ଏକ ସଭାର ଆୟୋଜନ କରାଯାଇଥିଲା। ସଭାରେ ମୁଖ୍ୟ ଅତିଥି ଭାବେ କଟକ ଆପନା ଆଶ୍ରମର ମୁଖ୍ୟ ଅଗ୍ରୱାଲଙ୍କ ସହ ଅନ୍ତରୀକ୍ଷ ଚାରିଟେବୁଲ ଟ୍ରଷ୍ଟର ସଭାପତି ଆନନ୍ଦ କୁମାର ମାଇତି, ଟ୍ରଷ୍ଟି ଲକ୍ଷ୍ମୀପ୍ରିୟା ମାଇତି, କଳିଙ୍ଗ ସାହିତ୍ୟ ଏକାଡେମୀ ବହୁଗ୍ରମର ପରମାନନ୍ଦ ମୁଦୁଲି, ମଧୁମତିର ସମ୍ପାଦକ ଚିତ୍ତରଞ୍ଜନ ପଣ୍ଡା, ସମାଜସେବୀ ନିବାସ ମିଶ୍ର, ଦିନେଶ ପ୍ରତିହାରୀ, ହିମାଂଶୁ ଶତପଥୀ, ଅଧ୍ୟାପିକା ସ୍ନିଗ୍ଧା ନାୟକ, ଶୁଭଶ୍ରୀ ଖୁଣ୍ଟିଆ, କଲ୍ୟାଣୀ ମିଶ୍ର, ଜୟନ୍ତୀ ଖୁଣ୍ଟିଆ ପ୍ରମୁଖ ଯୋଗ ଦେଇ ଅସହାୟ ମାନଙ୍କ ସେବା କରିବାର ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories