ଆଠଗଡ: ପବିତ୍ର ବାହୁଡା ଯାତ୍ରା ଅବସରରେ ଆଠଗଡ଼ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଜଷ୍ଟ ଫର ୟୁ ସେବା ସଙ୍ଘ ପକ୍ଷରୁ ଆରାଧ୍ୟ୍ୟ ପ୍ରଭୁ ଅଟ୍ଟାଳି ଜଗନ୍ନାଥଙ୍କ ମନ୍ଦିର ପରିସରରେ ଶହ ଶହ ଶ୍ରଦ୍ଧାଳୁଙ୍କ ପାଇଁ ଆନନ୍ଦ ବଜାରରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ସଂଗଠନର ପ୍ରତିଷ୍ଠାତା ସଭାପତି ସୁଧାଂଶୁ ଶେଖର ସାହୁ ଓ ସଂଗଠନର ଉପଦେଷ୍ଟା ଲଷ୍ମୀନାରାୟଣ ଭଞ୍ଜଙ୍କ ନେତୃତ୍ୱରେ ଆୟୋଜିତ ଏହି ଆନନ୍ଦ ବଜାର କାର୍ଯ୍ୟକ୍ରମ ପରିଚାଳନାରେ ପାୟଲ ବର୍ମା, ସମ୍ବିତ ପ୍ରଧାନ, ଅମ୍ଲାନ ପରିଡା, ସ୍ମୃତିରଞ୍ଜନ ମହାନ୍ତି ପ୍ରମୁଖଙ୍କ ସମେତ ଅନ୍ୟ ସଦସ୍ୟ ସହଯୋଗ କରିଥିଲେ।
Popular Categories



