www.samajalive.in
Sunday, December 14, 2025
26.1 C
Bhubaneswar

ରାଜ୍ୟ ସରକାରଙ୍କ ବିଫଳତା ଉପରେ ଗର୍ଜିଲେ ସାଂସଦ ଜୁଏଲ ଓରାମ

ମାଲକାନଗିରି: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସାଂସଦ ତଥା ସଂସଦୀୟ ପ୍ରତିରକ୍ଷା କମିଟି ଅଧ୍ୟକ୍ଷ ଜୁଏଲ ଓରାମ ଦିନିକିଆ ମାଲକାନଗିରି ଗସ୍ତରେ ଆସି ବିଭିନ୍ନ ଅଂଚଳରେ ଦଳୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ରାଜ୍ୟ ସରକାରଙ୍କ ବିଫଳତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଶ୍ରୀ ଓରାମ ମାଥିଲି ଠାରେ ପହଂଚିଲା ପରେ ଆୟୋଜିତ ସାଧାରଣ ସଭାରେ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଟଙ୍କିକିଆ ଚାଉଳ ଭଳି ବହୁ କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ବାଟମାରଣା କରି ନିଜ ନାମରେ ଏହି ଯୋଜନା କରି ବାହା ବାହା ନେଉଛନ୍ତି। ଆଜି ଓଡିଶାର ପ୍ରକୃତ ହିତାଧିକାରୀ କେନ୍ଦ୍ରୀୟ ଜନହିତକର ଯୋଜନାରୁ ବଂଚିତ ହେଉଛନ୍ତି। ତେଣୁ ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟି ତାହାର ସଂଗଠନକୁ ସୁଦୃଢ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ଏବଂ ଦେଶର ପ୍ରଗତି, ବିଶ୍ୱ ସ୍ତରୀୟ ସୁନାମ ପାଇଁ ସମସ୍ତ କର୍ମୀ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ।

ପରେ ମାଲକାନଗିରି ବ୍ଲକ ପଦ୍ମଗିରି ଠାରେ ଏକ ଜନ ସମାବେଶରେ ଅଂଶଗ୍ରହଣ କରି ଅନୁରୂପ ବକ୍ତବ୍ୟ ପ୍ରଦାନ କରିଥିଲେ। ପଦ୍ମଗିରି ଠାରେ ହଜାରରୁ ଅଧିକ ଦଳୀୟ କର୍ମୀ, ଆଦିବାସୀ ପାରମ୍ପରିକ ନୃତ୍ୟ ଏବଂ ବାଦ୍ୟ ସହ ଶ୍ରୀ ଓରାମକୁ ପାଛୋଟି ନେଇଥିଲୋ ପରେ ପରେ କୋରୁକୋଣ୍ଡା ବ୍ଲକ କାମବେଡା ଠାରେ ଏକ ଦଳୀୟ ଜନ ସମାବେଶରେ ଯୋଗ ଦେଇ ଉଦବୋଧନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ବଳଭଦ୍ର ମାଝୀ, ମାଲକାନଗିରି ବିଧାୟକ ଆଦିତ୍ୟ ମାଢି, ଜିଲ୍ଲା ସଭାପତି ନିମାଇ ଚନ୍ଦ୍ର ପାଲ, ପୂର୍ୱତନ ସାଂସଦ ପର୍ଶୁରାମ ମାଝୀ, ରାଜ୍ୟ ଏସଟି ମୋର୍ଚା ସମ୍ପାଦକ ଜଳନ୍ଦର ନାୟକ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମି, ନବରଙ୍ଗପୁର ଲୋକସଭା ପ୍ରଭାରୀ ବିଜୟ ମିଶ୍ର, ନବରଙ୍ଗପୁର ଲୋକ ସଭା ସଂଯୋଜକ ରାମେଶ୍ୱର ଜେନା, ମାଲକାନଗିରି ଜିଲ୍ଲା ସମ୍ପାଦକ ମାଣିକଲାଲ ଚକ୍ରବର୍ତୀଙ୍କ ସମେତ ଜିଲ୍ଲାର ସମସ୍ତ କର୍ମକର୍ତା ଓ କର୍ମୀ ଯୋଗ ଦେଇଥିଲେ।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories