ବିଦେଶରୁ ଫେରି ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଇଲେ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶ ଗସ୍ତରୁ ଫେରିବା ପରେ ସୋମବାର ଦିଲ୍ଲୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକର ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ନଗର ଉନ୍ନୟନ ମନ୍ତ୍ରୀ ହରଦୀପ ପୁରୀଙ୍କ ସମେତ ପ୍ରଧାନମନ୍ତ୍ରୀ ପ୍ରଧାନ ସଚିବ ପି.କେ ମିଶ୍ର ଉପସ୍ଥିତ ଥିଲେ। ଏହାପୂର୍ବରୁ ଅମିତ ଶାହା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ମଣିପୁରର ସ୍ଥିତି ବିଷୟରେ ସୂଚନା ଦେଇଥିଲେ। ଶନିବାର ମଣିପୁରର ସ୍ଥିତି ଉପରେ ସ୍ବରାଷ୍ଟ୍ର ମନ୍ତ୍ରୀ ଏକ ସର୍ବଦଳୀୟ ବୈଠକ କରିଥିଲେ। ୩ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ୧୮ଟି ରାଜନୈତିକ ଦଳ, ଉତ୍ତର ପୂର୍ବର ୪ ଜଣ ସାଂସଦ ଯୋଗ ଦେଇଥିଲେ।

Comments are closed.