www.samajalive.in
Sunday, December 14, 2025
17.1 C
Bhubaneswar

ସାକ୍ଷୀ ଦେଶର ସର୍ବକନିଷ୍ଠ ପାଇଲଟ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ସାକ୍ଷୀ କୋଚ୍ଚର ଦେଶର ସବୁଠାରୁ କନିଷ୍ଠ କମର୍ସିଆଲ ପାଇଲଟ୍ ହେବାର ଗୌରବ ହାସଲ କରିଛି। ୨୦୦୫ ମେ ୩୦ରେ ଜନ୍ମ ଗ୍ରହଣ କରିଥିବା ସାକ୍ଷୀ ମାତ୍ର ୧୮ବର୍ଷ ବୟସରେ ବାଣିଜ୍ୟିକ ବିମାନ ଉଡାଣ ଲାଗି ପାଇଲଟ୍ ଲାଇସେନ୍ସ ହାସଲ କରିଛନ୍ତି। ଏହା ପୂର୍ବରୁ ମୈତ୍ରୀ ପଟେଲ ୧୯ବର୍ଷ ବୟସରେ ପାଇଲଟ ହେବାର ଗୌରବ ହାସଲ କରିଥିଲେ। ମୈତ୍ରୀଙ୍କ ରେକର୍ଡକୁ ସାକ୍ଷୀ ଭାଙ୍ଗିଛନ୍ତି। ଉଭୟ ମୈତ୍ରୀ ଓ ସାକ୍ଷୀ କ୍ୟାପଟେନ ଏକେ ମାନେକଙ୍କ ଅଧୀନରେ ପ୍ରଶିକ୍ଷଣ ନେଇଥିଲେ। ସାକ୍ଷୀ ନିଜର ୭ମାସ ୧୫ ଦିନର ପ୍ରଶିକ୍ଷଣରେ ବିମାନ ଉଡାଣ ଅବଧି (ଫ୍ଲାଇଙ୍ଗ ଆୱାର) ଲକ୍ଷ୍ୟକୁ ହାସଲ କରିପାରିଥିଲେ। ସେ ତାଙ୍କର ୧୮ତମ ଜନ୍ମଦିନ ୨୦୨୩ ମେ ୩୦ରେ ନିଜର କମର୍ସିଆଲ ପାଇଲଟ ଲାଇସେନ୍ସ ପାଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories