ନୂଆଦିଲ୍ଲୀ: ଉତ୍ତର-ପଶ୍ଚିମ ଚୀନ୍ର ଏକ ରେଷ୍ଟୁରାଣ୍ଟରେ ରନ୍ଧନ ଗ୍ୟାସ୍ ବିସ୍ଫୋରଣ ଘଟି ୩୧ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୮ ଜଣ ଆହତ ହୋଇଛନ୍ତି। ବାବେକ୍ୟୁ ରେଷ୍ଟୁରାଣ୍ଟର ଅପରେଟିଂ ଅଞ୍ଚଳରୁ ତରଳ ପେଟ୍ରୋଲିୟମ ଗ୍ୟାସ (ଏଲପିଜି) ଲିକ୍ ହେତୁ ବୁଧବାର ବିଳମ୍ବିତ ରାତିରେ ଏହି ବିସ୍ଫୋରଣ ଘଟିଛି। ରିପୋର୍ଟ ଅନୁସାରେ ୭ ଜଣ ଗୁରୁତର ଅଛନ୍ତି। ଚୀନ୍ରେ ଏବେ ଡ୍ରାଗନ୍ ବୋଟ ମହୋତ୍ସବର ଦୁଇ ଦିନିଆ ଛୁଟି ରହିଛି। ରେଷ୍ଟୁରାଣ୍ଟଟି ଛୁଟିଦିନେର ହିଁ ଅଧିକ ଭିଡ଼ ହୋଇଥିବା ଜଣାପଡ଼ିଛି। ଏହି ବିସ୍ଫୋରଣରେ ଆଖପାଖ ଅଟ୍ଟାଳିକାଗୁଡ଼ିକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଗୁରୁବାର ଆହତଙ୍କୁ ଉଦ୍ଧାର ଏବଂ ଚିକିତ୍ସା ସହିତ ରେଷ୍ଟୁରାଣ୍ଟ ମରାମତି ପାଇଁ ନିର୍ଦେଶ ଦେଇଛନ୍ତି।
Popular Categories



