www.samajalive.in
Monday, December 15, 2025
15.1 C
Bhubaneswar

ବିଦ୍ୟୁତ ଆଘାତରେ ଠିକା ଶ୍ରମିକ ମୃତ

ସମ୍ବଲପୁର: ସମ୍ବଲପୁରର କ୍ଷେତରାଜପୁର ବିଦ୍ୟୁତ ସେକ୍ସନ ଅର୍ନ୍ତଗତ ମନ୍ଦଲିଆ ଠାରେ ବୁଧବାର ପୂର୍ବାହ୍ନରେ ବିଦ୍ୟୁତ ଜନିତ ଦୁର୍ଘଟଣାରେ ଜଣେ ଠିକା ଶ୍ରମିକ ଙ୍କ ମୃତ୍ୟୁ ଘଟିଛି। ମନ୍ଦଲିଆ ଠାରେ ନୂତନ ଶବଦାହ ଗୃହ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏଥି ପାଇଁ ରିଂ ରୋଡ କଡରେ ମନ୍ଦଲିଆ ଛକ ନିକଟରୁ ନୂତନ ଶବଦାହ ଗୃହକୁ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ଉକ୍ତ ସ୍ଥାନକୁ ନିଆଯାଉଛି। ସେହି କାର୍ଯ୍ୟକୁ ଟାଟା ପାୱାର ପକ୍ଷରୁ ଠିକାରେ ଦିଆଯାଇଥିବା ଏକ କମ୍ପାନୀ ଦ୍ୱାରା କରାଯାଉଛି। କ୍ଷେତରାଜପୁର ସେକ୍ସନର ଏସଡିଓ ଡମ୍ବରୁଧର ଓଝାଙ୍କ ସୂଚନାନୁଯାୟୀ, କାର୍ଯ୍ୟ ଚାଲିଥିବା ନୂତନ ତାରରେ ବିଦ୍ୟୁତ ଚାର୍ଜ ନ ଥିଲା। ବରଗଡ଼ ଜିଲାର ମୂଳ ନିବାସୀ ତଥା ଠିକା ଶ୍ରମିକ ମୁର୍ତ୍ତି ବେରିହା (୩୬) ପୋଲ ଉପରେ ଚଢ଼ି କାର୍ଯ୍ୟରତ ରହିଥିବା ବେଳେ ଅଚାନକ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ଚାର୍ଜ ହୋଇ ଯାଇଥିଲା। ଫଳରେ ବିଦ୍ୟୁତ ଆଘାତରେ ଘଟଣାସ୍ଥଳରେ ଶ୍ରମିକ ଶ୍ରୀ ବେରିହାଙ୍କ ମୃତ୍ୟୁ ହୋଇଯାଇଥିଲା। ଘଟଣାର ଖବର ପାଇ ଟାଟା ପାୱାର ର ଉପରିସ୍ଥ ଅଧିକାରୀ ଙ୍କ ସହିତ ଘଟଣାସ୍ଥଳକୁ ପରିଦର୍ଶନ କରାଯାଇ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଅଞ୍ଚଳର ବିଦ୍ୟୁତ ସରବରାହକୁ ବିଚ୍ଛିନ୍ନ କରି ମୃତକ ଙ୍କ ଶବକୁ ଉଦ୍ଧାର କରାଯାଇଛି। ଏହି ଘଟଣାକୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଏହି ତାରରେ ବିଜୁଳି ସଂଯୋଗ କରାଯାଇ ନ ଥିବା ବେଳେ କିଭଳି ଭାବରେ ସେହି ତାରକୁ ବିଦ୍ୟୁତ କରେଣ୍ଟ ଗଲା, ତାହାକୁ ନେଇ କମ୍ପାନୀ ପକ୍ଷରୁ ତଦନ୍ତ ଜାରି ରହିଛି ବୋଲି କମ୍ପାନୀ ସୂତ୍ରରୁ ପ୍ରକାଶ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories