୨୦୨୫ ସୁଦ୍ଧା ସମସ୍ତ ଟ୍ରକର କ୍ୟାବିନ୍ରେ ଏହା ଲଗାଇବା ବାଧ୍ୟତାମୂଳକ
ନୂଆଦିଲ୍ଲୀ – ୨୦୨୫ ସୁଦ୍ଧା ଭାରତର ସମସ୍ତ ଟ୍ରକର କ୍ୟାବିନରେ ଏସ୍ସି ଲଗାଇବା ବାଧ୍ୟତାମୂଳକ । ପରିବହନ ମନ୍ତ୍ରୀ ନୀତନ ଗଡକରୀଙ୍କ ଅନୁସାରେ ସମସ୍ତ ଟ୍ରକର କ୍ୟାବିନମାନଙ୍କରେ ଏସି ଲଗାଇବା ବାଧ୍ୟତାମୂଳକ କରାଯିବ । ଏବେ ତାପମାତ୍ରା ବୃଦ୍ଧି ପାଉଛି । ଗ୍ରୀଷ୍ମ ଋତୁରେ ତାପମାତ୍ରା ୪୩ରୁ ୪୭ ଡିଗ୍ରୀ ରହୁଛି । ଏହି ସମୟରେ ବିନା ଏସିର ବାହାନ ଚଳାଇବା ଏକ ପ୍ରକାର କଷ୍ଟସାଧ୍ୟ କାମ । ଟ୍ରକ ଚଳାଇବା ଅତି କଷ୍ଟକର ବୋଲି ପରିବହନ ମନ୍ତ୍ରୀ କହିଛନ୍ତି ।
ମାତ୍ର ଏହାକୁ ଅନେକ ଲୋକ ବିରୋଧ କରିଛନ୍ତି । ଏହା କରିବା ଦ୍ୱାରା ଟ୍ରକ ମୂଲ୍ୟ ବୃଦ୍ଧି ସହ ଅଧିକ ପରିବେଷ ପ୍ରଦୁଷଣ ହେବ ।
ଭାରତରେ କମ୍ ବାହାନ ଚାଳକ ରହିଛନ୍ତି। ଏଥିପାଇଁ ଜଣେ ଜଣେ ଚାଳକ ଦିନକୁ ୧୪ରୁ ୧୬ ଘଣ୍ଟା ଟ୍ରାକ ଚାଳନା କରିଥାଆନ୍ତି ବୋଲି ସେହି କହିଛନ୍ତି ।
Comments are closed.