ସମ୍ବଲପୁର: ସମ୍ବଲପୁରର ହୀରାକୁଦ କଲୋନୀ ସ୍ଥିତ ନିଃଶୁଳ୍କ ପତଞ୍ଜଳି ଯୋଗ କେନ୍ଦ୍ର ଠାରେ ଆର୍ନ୍ତଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। ଯୋଗ ଶିକ୍ଷିକା ତଥା ରାଜ୍ୟ ପ୍ରଭାରୀ ଜେ. ଗିରିଜା ଦେବୀ ଦୀପ ପ୍ରଜ୍ୱଳନ କରି ଯୋଗାଭ୍ୟାସ କରାଇଥିଲେ। ଆର୍ନ୍ତଜାତିକ ଯୋଗ ଦିବସରେ ନିର୍ଦ୍ଧାରିତ ହୋଇଥିବା ଅଭ୍ୟାସକ୍ରମ ଅନୁ୍ଯାୟୀ ସଙ୍ଗଠନ ସୁତ୍ରର ପ୍ରାର୍ଥନା, ଶ୍ରୀବା ସଞ୍ଚାଳନ, ତାଡାସନ, ବୃକ୍ଷାସନ, ପାବ ହସ୍ତାସନ, ଅର୍ଦ୍ଧ ଚକ୍ରାସନ, ତ୍ରିବେଣାସନ, ଦଣ୍ଡାସନ, ଭଦ୍ରାସନ, ବଦ୍ରାସାନ, ଶସକାସନ, ବଜ୍ରାସନ, ପ୍ରାଣାୟାମ, କପାଳଭାତି, ନାଡିଶୋଧନ ଇତ୍ୟାଦି ବିଭିନ୍ନ ଯୋଗ ପ୍ରଶିକ୍ଷଣ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ୫୦ରୁ ଉର୍ଦ୍ଧ ଶିବିରାର୍ଥୀ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମକୁ ଆୟୋଜନ ଓ ପରିଚାଳନାରେ ଦୀପକ ଅଗ୍ରୱାଲ, ପଦ୍ମିନୀ ମୁଣ୍ଡା, ନୀଲମ ପ୍ରସାଦ, ଅଶୋକ ସାହୁ, ଗିରିଧାରୀ ଅଗ୍ରୱାଲ, ପ୍ରଶାନ୍ତ ମେହେର, ପଙ୍କଜିନୀ, ଅଞ୍ଜନା, ବିଶ୍ୱ ଚିନ୍ଦ୍ରା, କଲ୍ୟାଣୀ ଚିନ୍ଦ୍ରା, ପରି ଅଗ୍ରୱାଲ, ରାଜେନ୍ଦ୍ର ଅଗ୍ରୱାଲ, ସୁଶାନ୍ତ ସାହୁ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।
Popular Categories



