www.samajalive.in
Monday, December 15, 2025
15.1 C
Bhubaneswar

ପୁରୀ ରଥଯାତ୍ରା ଘଟଣାର ତଦନ୍ତ, ଦୋଷୀକୁ ଦଣ୍ଡବିଧାନ ସହିତ ସାମ୍ବାଦିକ ସୁରକ୍ଷା ଆଇନ ଦାବି

ସମ୍ବଲପୁର: ପୁରୀ ଶ୍ରୀକ୍ଷେତ୍ରରେ ପ୍ରସିଦ୍ଧ ରଥଯାତ୍ରା ସମୟରେ ଦୁଇ ଜଣ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ଘଟଣାର ନିନ୍ଦା କରାଯିବା ସହିତ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଓ ସମ୍ପୃକ୍ତ ଦୋଷୀ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ବଲପୁରର ସାମ୍ବାଦିକ ମାନେ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଜିଲାପାଳଙ୍କ ଜରିଆରେ ପ୍ରଦତ୍ତ ଦାବିପତ୍ର ଅନୁଯାୟୀ, ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ପାଇଁ ଓଡ଼ିଶା ବିଧାନସଭାରେ ଯଥା ବିଧି ପ୍ରସ୍ତାବ ଆଣିବା ପାଇଁ ମଧ୍ୟ ଦାବି କରାଯାଇଛି। ଅନ୍ୟ ରାଜ୍ୟ ଗୁଡିକରେ ଏଭଳି ଆଇନଗତ ବ୍ୟବସ୍ଥା ରହିଥିବା ବେଳେ ଓଡ଼ିଶାରେ ଏ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ କରାଯାଇ ନାହିଁ। ପ୍ରଚଳିତ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସାମ୍ବାଦିକ ମାନଙ୍କ ଭୂମିକା ଯଥେଷ୍ଟ ଗୁରୁତ୍ୱପୁର୍ଣ୍ଣ ରହିଥିବାରୁ ସମ୍ପୁର୍ଣ୍ଣ ବ୍ୟବସ୍ଥାରେ ପାରିଦର୍ଶିତା ରହିପାରୁଛି। ଏପରି ସ୍ଥଳରେ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ଘୋର ନିନ୍ଦନୀୟ ଅଟେ ବୋଲି ଦାବିପତ୍ରରେ ଉଲ୍ଲେଖ୍ୟ କରାଯାଇଛି। ଏଣୁ ପୁରୀ ଠାରେ ଘଟିଥିବା ଘଟଣାକୁ ଉଚିତ ଗୁରୁତ୍ୱର ସହିତ ଗ୍ରହଣ କରି ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଓ ସମ୍ପୃକ୍ତ ଦୋଷୀଙ୍କୁ ଦଣ୍ଡିତ କରିବା।ପଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କରାଯାଇଛି। ସମ୍ବଲପୁରରେ ସକ୍ରିୟ ସାମ୍ବାଦିକ କଲ୍ୟାଣ ସଂଘ ପକ୍ଷରୁ ପ୍ରଦତ୍ତ ଏହି ଦାବିପତ୍ର ପ୍ରଦାନ ସମୟରେ ପ୍ରାୟ ୨୦ ଜଣ ସାମ୍ବାଦିକ ଉପସ୍ଥିତ ରହି ଜିଲାପାଳଙ୍କ ସହିତ ଆଲୋଚନା କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories