୨ ଦିନିଆ କେନ୍ଦୁଝର ଗସ୍ତ କରିବେ ୫-ଟି ସଚିବ, ପ୍ରଶାସନ ଓ ବିଜେଡି ଶିବିର ଚଳଚଞ୍ଚଳ
କେନ୍ଦୁଝରଗଡ଼: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ.ପାଣ୍ଡିଆନ ୧୦ ଓ ୧୧ ତାରିଖ ଦୁଇଦିନିଆ କେନ୍ଦୁଝର ଗସ୍ତରେ ଆସି ସାଧାରଣ ସଭାରେ ଉଦ୍ବୋଧନ ଦେବାସହ ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା କରିବା କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି। ୫-ଟି ସଚିବଙ୍କ ଏହି ଦୁଇଦିନିଆ ଗସ୍ତ କିଭଳି ସଫଳ ହେବ ସେ ନେଇ ଜିଲା ପ୍ରଶାସନ ଓ ଶାସକ ବିଜେଡି ପକ୍ଷରୁ ବହୁବିଧ ଯୋଜନା ହାତକୁ ଗ୍ରହଣ କରାଯାଇଛି।
୫-ଟି ସଚିବ ଶ୍ରୀ ପାଣ୍ଡିଆନ ୧୦ତାରିଖ ପୂର୍ବାହ୍ନ ୯ଟରେ ପାଟଣା ନିର୍ବାଚନମଣ୍ଡଳୀ ଭୀମକୁଣ୍ଡ ହେଲିପ୍ୟାଡରେ ଓହ୍ଲାଇବା ପରେ ସେଠାରେ ଜନସାଧାରଣଙ୍କୁ ସମ୍ବାଧିତ କରିବେ। ଏହାପରେ ଚମ୍ପୁଆ ଠାରେ ପୂର୍ବାହ୍ନ ୧୦ଟା ୫୦ମି.ରେ ଓହ୍ଲାଇବା ପରେ ଚମ୍ପୁଆ ଜଳ ପ୍ରକଳ୍ପ ସମୀକ୍ଷା ପରେ ନେହେରୁ ଷ୍ଟାଡିୟମ ଚମ୍ପୁଆରେ ଜନସାଧାରଣଙ୍କୁ ଉଦ୍ବୋଧନ, ମଧ୍ୟାହ୍ନ ୧୨ଟାରେ ବିକାଶ ମହଲ ବଡବିଲ ହେଲିପ୍ୟାଡରେ ଓହ୍ଲାଇ ବଡବିଲ ହସ୍ପିଟାଲର ସମୀକ୍ଷା, ୧୨ଟା ୩୫ରେ ଯୋଡା ଫ୍ଲାଇଓଭର, ଓଲ୍ଡ ଏଜ ହୋମ ଯୋଡା, କାନପୁର ବୃହତ୍ ଜଳସେଚନ ପ୍ରକଳ୍ପ ସମୀକ୍ଷା ପରେ ଚିମିଳା ହେଲିପ୍ୟାଡରୁ ଆସି ଅପରାହ୍ନ ୨ଟା ୩୦ରେ ରାଇସୁଆଁ ବିମାନବନ୍ଦରରେ ଓହ୍ଲାଇ ଓଡ଼ିଶା ଖଣି ଓ ଯାନ୍ତ୍ରୀକ ବିଦ୍ୟାଳୟ ପଡ଼ିଆରେ ୨୦୦୦ ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟାଙ୍କୁ ଉଦ୍ବୋଧନ ଦେବେ। ଅପରାହ୍ନ ୩ଟା ୨୦ମି.ରେ ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରେ ୭୦୦୦ ଲୋକଙ୍କ ସମାବେଶକୁ ଉଦ୍ବୋଧନ ଦେବେ। ଅପରାହ୍ନ ୪ଟା ୧୫ରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ମିଶନ ଶକ୍ତି କାଫେ ପରିଦର୍ଶନ, ୪ଟା ୩୫ରେ ଅଡିଟୋରିୟମ ଠାରେ ୧୫୦୦ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ, ୫ଟା ୪୦ମି.ରେ ହ୍ୟାଣ୍ଡବଲ ଷ୍ଟାଡିୟମ ପରିଦର୍ଶନ, ସନ୍ଧ୍ୟା ୬ଟା ୫ମି.ରେ ବଳଦେବଜୀଉ ମନ୍ଦିର ପରିଦର୍ଶନ ଓ ୬ଟା ୪୦ମି.ରେ ହାଡବନ୍ଧ ପୋଖରୀ ପରିଦର୍ଶନ କରିବେ ବୋଲି ଧାର୍ଯ୍ୟ ହୋଇଛି। ୧୧ ତାରିଖ ପୂର୍ବାହ୍ନ ୬.୪୫ରେ ଶଙ୍କରପୁରସ୍ଥିତ ଧରଣୀଧର ସ୍ପୋର୍ଟ୍ସ କମ୍ପେ୍ଲକ୍ସ ପରିଦର୍ଶନ ପରେ ୮ଟା ୧୫ରେ ଘଟଗାଁ ମିନି ଷ୍ଟାଡିୟମରେ ଓହ୍ଲାଇ ମା’ ତାରିଣୀ ମନ୍ଦିର ପରିଦର୍ଶନ ପରେ ୮ଟା ୫୦ମି.ରେ ହେଲିପ୍ୟାଡରେ ଆୟୋଜିତ ସାଧାରଣ ସଭାରେ ଉଦ୍ବୋଧନ, ୯ଟା ୫୦ମି.ରେ ଗୋନାସିକା ହେଲିପ୍ୟାଡରେ ଓହ୍ଲାଇବା ପରେ ୯ଟା ୫୫ମି.ରେ ଟ୍ରାଇବାଲ ଏଜୁକେସନାଲ କମ୍ପେ୍ଲକ୍ସ ପରିଦର୍ଶନ, ୧୦ଟା ୨୦ରେ ଗୁପ୍ତ ଗଙ୍ଗା, ୧୦ଟା ୫୦.ରେ ବ୍ରହ୍ମେଶ୍ୱର ମନ୍ଦିର ପରିଦର୍ଶନ, ୧୨ଟା ୧୦ରେ କୁସୁମଯୋଡି ହେଲିପ୍ୟାଡ ହରିଚନ୍ଦନପୁରରେ ଓହ୍ଲାଇ ହରିଚନ୍ଦନପୁର ମହିଳା କୃଷକ ବଜାରରେ ଉଦ୍ବୋଧନ ପରେ ଟସର ପାର୍କ ପରିଦର୍ଶନ, ଅପରାହ୍ନ ୧ଟା ୫୦ମି.ରେ ହାଟଡିହି ହେଲିପ୍ୟାଡରେ ଓହ୍ଲାଇ ୧ଟା ୫୫ମି.ରେ ଢ଼େଙ୍କା ସାଧାରଣ ସଭାରେ ଉଦ୍ବୋଧନ ଦେବେ। ଅପରାହ୍ନ ୨ଟା ୪୦ରେ ହାଟଡିହି ସଙ୍ଗମ ଜଳ ଅମଳ ପ୍ରକଳ୍ପ, ୩ଟା ୫ମି.ରେ ବି.ଏନ୍.ହାଇସ୍କୁଲ ଆନନ୍ଦପୁର ହେଲିପ୍ୟାଡରେ ସାଧାରଣ ସଭାରେ ଉଦ୍ବୋଧନ ପରେ ଅପରାହ୍ନ ୩ଟା ୩୦ମି.ରେ ଆନନ୍ଦପୁର ବ୍ୟାରେଜ ପରିଦର୍ଶନ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇ ପ୍ରଶାସନ ଓ ଶାସକ ବିଜେଡି ପକ୍ଷରୁ ଚୂଡାନ୍ତ ପ୍ରସ୍ତୁତି ଶେଷ ହୋଇଛି।
Comments are closed.