www.samajalive.in
Saturday, December 13, 2025
14.1 C
Bhubaneswar

ଜନଜାତି ହିତାଧିକାରୀଙ୍କ ପାଇଁ ସମନ୍ୱିତ ଜଳକୃଷିରେ ସାମର୍ଥ୍ୟ ଗଠନ ଓ ପରିଭ୍ରମଣ କାର୍ଯ୍ୟକ୍ରମ

ପିପିଲି: ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବ ପାଳନ ସଂସ୍ଥା(ସିଫା) ପକ୍ଷରୁ ଜନଭାଗୀଦାରି ଓ ସ୍ୱାଧିନତାର ଅମୃତ ମହୋତ୍ସବ ପାଳନ ଅବସରରେ ସିଫା ପରିସରରେ ଦୁଇଦିନିଆ ‘ଜନଜାତି ହିତାଧିକାରୀଙ୍କ ପାଇଁ ଜଳକୃଷିରେ ସାମର୍ଥ୍ୟ ଗଠନ ଓ ପରିଭ୍ରମଣ’ ଶୀର୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୫୪ ପ୍ରତିଶତରୁ ଅଧିକ ଜନଜାତି ବସବାସ କରୁଥିବା ଗଜପତି ଓ ରାୟଗଡ଼ା ଜିଲାର ସଉରା, ଲାଞ୍ଜିଆ ସଉରା ଓ ଡଙ୍ଗରିଆ କନ୍ଧ ଜନଜାତିର ମହିଳାମାନେ ଭାଗ ନେଇଥିଲେ।

ରାଜ୍ୟ ସରକାରଙ୍କ ପଂଚାୟତିରାଜ ଓ ପାନୀୟଜଳ, ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ, ସୂଚନା ଓ ଲୋକସଂପର୍କ ବିଭାଗର ସହାୟକ ସଚିବ ଡଃ ପ୍ରଦୀପ ରାଉତ ଏବଂ ସିଫାର ନିର୍ଦ୍ଦେଶକ ଡଃ ପି. କେ. ସାହୁ ଏହି କାର୍ଯ୍ୟକ୍ରମକୁ ଉଦ୍‌‌ଘାଟନ କରିଥିଲେ। ଏହି ଅବସରରେ ଡଃ ରାଉତ ନିଜର ଅନୁଭୂତିକୁ ପରିପ୍ରକାଶ କରି କହିଥିଲେ ଯେ, ଜନଜାତିର ଲୋକମାନେ ଆମ ସଂସ୍କୃତି ଏବଂ ପରଂପରାର ତ୍ରାଣକର୍ତ୍ତା। ତେଣୁ ସେମାନଙ୍କର ଅର୍ଥନୈତିକ ସଶକ୍ତିକରଣ ହେବା ଆବଶ୍ୟକ। ସିଫାର ବୈଜ୍ଞାନିକମାନଙ୍କ ତରଫରୁ ଗଜପତି ଓ ରାୟଗଡ଼଼ା ଜିଲାର ଆଦିବାସୀ ଅଧ୍ୟୁସିତ ଅଞ୍ଚଳରେ ବିଭିନ୍ନ ପରିଯୋଜନା ମାଧ୍ୟମରେ ସେମାନଙ୍କର ଜୀବିକା ନିର୍ବାହ ଓ ଖାଦ୍ୟ ସୁରକ୍ଷା ପାଇଁ ନୂତନ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରି ବୈଜ୍ଞାନିକ ପଦ୍ଧତିରେ ମାଛଚାଷ କରାଯାଉଥିବାରୁ ସେ ସିଫାର ନିର୍ଦ୍ଦେଶକ ଓ ବୈଜ୍ଞାନିକମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ଏସ୍‌‌ଟିସି ଅଧିନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପାଇଁ ସିଫା ର ନିର୍ଦ୍ଦେଶକ ଡ଼ଃ ପି. କେ. ସାହୁ ଆୟୋଜକ ଟିମ୍‌‌କୁ ଅଭିନନ୍ଦନ ଜଣାଇଥିଲେ। ସିଫାରେ ଚାଷ କରାଯାଉଥିବା ବିଭିନ୍ନ ପ୍ରଜାତିର ମାଛ ଓ ଅମଳ ପ୍ରଣାଳୀକୁ ଅଂଶଗ୍ରହଣକାରୀଙ୍କୁ କ୍ଷେତ୍ର ପରିଦର୍ଶନ ମାଧ୍ୟମରେ ଦେଖାଇବା ସହିତ ଅନ୍ୟ ଆଇ.ସି.ଏ.ଆର ସଂସ୍ଥାରେ ମିଳୁଥିବା ଅଧିକ ଉତ୍ପାଦନକ୍ଷମ ଫଳ ଓ ପନିପରିବା ଚାରା ସର୍ମ୍ପକରେ ସେମାନଙ୍କୁ ସୂଚନା ଦେବା ପାଇଁ ଡ. ସାହୁ ଆୟୋଜକମାନଙ୍କୁ କହିଥିଲେ। ଜନଜାତି ହିତାଧିକାରୀଙ୍କ ପାଇଁ ସମନ୍ୱିତ ଜଳକୃଷିରେ ସାମର୍ଥ୍ୟ ଗଠନ ଓ ପରିଭ୍ରମଣ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ପ୍ରଧାନ ବୈଜ୍ଞାନିକ ଡ. ପି. ରାଉତରାୟ ସୂଚନା ଦେଇଥିଲେ।

- Advertisement -

ଗଜପତି ଓ ରାୟଗଡ଼ା କାର୍ଯ୍ୟକ୍ରମର ଟିମ୍‌‌ ଲିଡର ତଥା ମତ୍ସ୍ୟ ସ୍ୱାସ୍ଥ୍ୟ ପରିଚାଳନା ବିଭାଗର ମୁଖ୍ୟ ଡ. ଏସ୍‌‌. ଏସ୍‌‌. ମିଶ୍ର ସଂପୃକ୍ତ ଅଞ୍ଚଳରେ ୨୦୧୮ ମସିହାରୁ ସିଫା ଦ୍ୱାରା କରାଯାଇଥିବା କାର୍ଯ୍ୟକ୍ରମର ସୂଚନା ଦେଇଥିଲେ। ଏସ୍‌‌ଟିସି ପ୍ରକଳ୍ପର ସଂଯୋଜକ ଡ. କେ. ଏନ୍‌‌. ମହନ୍ତ ଓଡ଼ିଶାର ବିଭିନ୍ନ ପୋଷ୍ୟ ଜିଲାରେ ସିଫା ଦ୍ୱାରା କରାଯାଉଥିବା କାର୍ଯ୍ୟକ୍ରମର ବର୍ଣ୍ଣନା କରିଥିଲେ। ସ୍ୱାଧୀନତାର ଅମୃତ ମହୋତ୍ସବର ନୋଡାଲ ଅଫିସର ଡ. ଏଚ. କେ. ଦେ କାର୍ଯ୍ୟକ୍ରମ ସମ୍ବନ୍ଧରେ ସୂଚନା ଦେଇଥିବା ବେଳେ ଡ. ପି. ଶ୍ରୀନିବାସ (ଆଇସିଏଆର୍‌‌-ଚେସ୍‌‌)ର ଏସ୍‌‌ଆଇସି, ସମନ୍ୱିତ ଉଦ୍ୟାନ କୃଷି ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଗଜପତି ଜିଲାରେ ସିଫା ତରଫରୁ କରାଯାଇଥିବା କାର୍ଯ୍ୟକ୍ରମର ଏକ ଡକ୍ୟୁମେଣ୍ଟାରୀ ପ୍ରଦର୍ଶନ କରାଯିବା ସହ ଅଂଶଗ୍ରହଣକାରୀମାନେ ଆଦିବାସୀ ସଂଗୀତ ଓ ନୃତ୍ୟ ପରିବେଷଣ କରିଥିଲେ। ପ୍ରଧାନ ବୈଜ୍ଞାନିକ ଡଃ କେ. ସି. ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ବୈଷୟିକ ଅଧିକାରୀ ଦୁର୍ଗାପ୍ରସାଦ ରଥ, ଶିଶିର ମହାନ୍ତି ଓ ପ୍ରଧାନ ବୈଜ୍ଞାନିକ ଡ. ସତ୍ୟନାରାୟଣ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ଜୁନାଗଡ଼-ପାଣ୍ଡୁରଙ୍ଗାପୁରମ୍‌ ନୂତନ ରେଳପଥ ମଞ୍ଜୁରୀକୁ ୯ବର୍ଷ, ସରୁନି ଜମି ଅଧିଗ୍ରହଣ

ନବରଙ୍ଗପୁର: ପଛୁଆ ଓ ଆଦିବାସୀ ଅଧ୍ୟୁଷିତ ଓଡ଼ିଶା ସହ ଛତିଶଗଡ଼ ଏବଂ...

ଜାନୁଆରୀ ୩୦ରୁ ଅନଶନରେ ବସିବେ ଆନ୍ନା

ମୁମ୍ବଇ: ବିଶିଷ୍ଟ ଗାନ୍ଧୀବାଦୀ ନେତା ତଥା ସମାଜସେବୀ ଆନ୍ନା ହଜାରେ ଜାନୁଆରୀ...

“ବଳଦଙ୍କୁ ଖାଇଗଲା ବୋଲି, ବାଘକୁ ବିଷ ଦେଇ ମାରିଦେଲି”

ବଣାଇ : ତିନି ବଳଦ ଜଙ୍ଗଲକୁ ଚରିବାକୁ ଯାଇ ଆଉ ଫେରି...

ଭେଣ୍ଟିଲେଟରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ...

ମେସିଙ୍କୁ ଦେଖିବା ପାଇଁ ଏୟାରପୋର୍ଟରେ ଅସମ୍ଭାଳ ଭିଡ; ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ତିନି ଦିନିଆ ଭାରତ ଗସ୍ତରେ ଆସି କଲକାତା...

Related Articles

Popular Categories