ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଦ୍ବାରା ଆରମ୍ଭ କରାଯାଇଥିବା ଏକ ପଦକ୍ଷେପ ହେଉଛି ‘ଖାଦ୍ୟ ସୁରକ୍ଷା ଦିବସ’। ପ୍ରତି ବର୍ଷ ଜୁନ୍ ୭ତାରିଖରେ ଏହି ଦିବସ ପାଳିତ ହୁଏ। ଖାଦ୍ୟ ସୁରକ୍ଷା ବିଷୟରେ ସାଧାରଣ ଲୋକଙ୍କୁ ଅବଗତ କରାଇବା ପାଇଁ ଏ ଦିବସ ପାଳନ କରାଯାଇଥାଏ। ମିଳିତ ଜାତିସଂଘ ସାଧାରଣ ସଭାରେ ଖାଦ୍ୟ ଏବଂ କୃଷି ସଙ୍ଗଠନ ସହଯୋଗରେ ୨୦୧୮ ଡିସେମ୍ବର ମାସରେ ‘ଖାଦ୍ୟ ସୁରକ୍ଷା ଦିବସ’ ପାଳନର ନିଷ୍ପତ୍ତି ନିଆଯାଇଥିଲା। ୨୦୧୯ ଜୁନ୍ ୭ରେ ପ୍ରଥମଥର ଖାଦ୍ୟ ସୁରକ୍ଷା ଦିବସ ପାଳନ କରାଗଲା। ଅନୁସନ୍ଧାନରୁ ଜଣାପଡ଼ିଛି, ପ୍ରତି ବର୍ଷ ଦୂଷିତ ଖାଦ୍ୟ ଖାଇ ୨ଲକ୍ଷରୁ ଅଧିକ ଲୋକ ରୋଗାକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି। ଅପପୁଷ୍ଟିଜନିତ ଖାଦ୍ୟ ଖାଇଲେ ହେଉଥିବା ଗମ୍ଭୀର ରୋଗ ବିଷୟରେ ଲୋକଙ୍କୁ ଅବଗତ କରାଇବା ଏହି ଦିବସ ପାଳନର ଅନ୍ୟତମ ଲକ୍ଷ୍ୟ।
Popular Categories



