www.samajalive.in
Sunday, December 14, 2025
15.1 C
Bhubaneswar

ବୁଧବାର ରାଶିଫଳ ୦୭.୦୬.୨୦୨୩

ମେଷ: ବ୍ୟସ୍ତବହୁଳ ହେଲେ ବି କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ସରକାରୀ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି।
ବୃଷ: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ନିଜ ଉଦ୍ୟମରେ ଭାଗ୍ୟର ପରିବର୍ତ୍ତନ ଘଟାଇ ପାରନ୍ତି। ପ୍ରାପ୍ତ କ୍ଷମତାର ସଦୁପଯୋଗ କରି ଲୋକସମ୍ପର୍କ ବୃଦ୍ଧି କରାଇ ପାରନ୍ତି।
ମିଥୁନ: ଆର୍ଥିକ ସ୍ଥିତି ଟଳମଟଳ ହୋଇପାରେ। ସୁଖ ମିଳିବା କଷ୍ଟକର ହୋଇପାରେ। ଦୁଃଶ୍ଚିନ୍ତା ମଧ୍ୟ ଦେଇ ଗତି କରିପାରନ୍ତି। ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।
କର୍କଟ: ଆଜି ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ହେବ। ସୁଖକର ଘଟଣା ସବୁ ଘଟିବ। କର୍ମକ୍ଷେତ୍ରରୁ ଆଶାନୁରୂପ ସଫଳତା ମିଳିବ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବା ସହିତ ଆନନ୍ଦ ଉପଭୋଗ କରିବେ।
ସିଂହ: ବନ୍ଧୁ ଓ ସରକାରୀ ସାହାଯ୍ୟ ପ୍ରାପ୍ତ ହୋଇ ଶତ୍ରୁର ବିନାଶ ଘଟାଇବେ। ମାନସିକ ସନ୍ତୁଳନରୁ ରକ୍ଷା ପାଇପାରନ୍ତି। ଆଣିଥିବା ଋଣ ପରିଶୋଧ କରିବାରେ ସକ୍ଷମ ହେବେ। ଶୁଭକାର୍ଯ୍ୟ କରଣୀୟ।
କନ୍ୟା: କଠପୋନିଷଦରୁ ଜ୍ଞାନ ଆହରଣ ପାଇଁ ବିଭିନ୍ନ ଶାସ୍ତ୍ର ଅଧ୍ୟୟନରେ ମନୋନିବେଶ କରିପାରନ୍ତି। ବାଣିଜ୍ୟ କାରବାର ଆଦି ବିଭିନ୍ନ ସୂତ୍ରରୁ ଧନାଗମର ସୁଯୋଗ ସୃଷ୍ଟି ହୋଇଛି। ପତ୍ନୀଙ୍କ ଇଚ୍ଛା ପୂରଣ କରିବେ।
ତୁଳା: ମନରେ ପ୍ରସନ୍ନତା ଭାବ ଦେଖାଦେବ। ପ୍ରତିଯୋଗିତାରେ ବିଜୟ ହାସଲ କରିପାରନ୍ତି। ପରିଶ୍ରମର ମୂଲ୍ୟ ମିଳିପାରେ। ଅବଶ୍ୟ କେତେକ କ୍ଷେତ୍ରରେ ପ୍ରଥମେ ଭୁଲ ବୁଝାମଣା ଘଟି ପରେ ସୁଧାର ଆସିପାରେ।
ବିଛା: ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଠାକୁରଙ୍କ ଦର୍ଶନ ଲାଭକରି ସନ୍ତୁଷ୍ଟ ହେବେ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି। ଚେଷ୍ଟା ଶୁଭପ୍ରଦ ହେବ। କାର୍ଯ୍ୟରେ ଉନ୍ନତି ଓ ଅର୍ଥ ପ୍ରାପ୍ତ ହେବ।
ଧନୁ: ମନ ପ୍ରସନ୍ନ ରହିବ। ଆଶାବାଦୀ ହୋଇପାରନ୍ତି। ମଧ୍ୟମ ଧରଣର ଶୁଭ ଫଳ ପ୍ରାପ୍ତ ହୋଇପାରନ୍ତି। ବିବିଧ ଧନଯୁକ୍ତ ହେବେ। ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି। କୀର୍ତ୍ତିମାନ୍‌ ହେବେ।
ମକର: ଭଲ ଆୟ ହେବ। ସରକାରୀ ବା ବନ୍ଧୁ ସହାୟତାରୁ ଲାଭବାନ୍‌ ହେବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଆୟୁଷ୍ମାନ୍‌ ହେବେ। ଚିନ୍ତାଧାରା ଉନ୍ନତମାନର ହେବ।
କୁମ୍ଭ: ବିବାଦୀୟ ବିତର୍କରେ ଭାଗ ନ ନେଇ ଘଟଣାର ଅନୁଧ୍ୟାନ କରିପାରନ୍ତି। ସ୍ନେହବୋଳା କଥାରେ ପରକୁ ଓ ଅଧସ୍ତନ କର୍ମଚାରୀଙ୍କୁ ଆପଣାର କରିପାରନ୍ତି। ସାହସୀ ଓ ଜ୍ଞାନ ଗରିମାସମ୍ପନ୍ନ ହେବେ।
ମୀନ: ଜ୍ଞାନ ଆହରଣ ପାଇଁ ବିଭିନ୍ନ ଶାସ୍ତ୍ର ଅଧ୍ୟୟନ ଉପରେ ଗୁରୁତ୍ବ ଦେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ସରକାରୀ ସ୍ତରରୁ ସମ୍ମାନ ଓ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କାର୍ଯ୍ୟରେ ସଫଳତା ମିଳିବ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories