www.samajalive.in
Sunday, December 14, 2025
15.1 C
Bhubaneswar

ଉଦ୍ଧାର ପରେ ଆହତ ହରିଣ ମୃତ

ଚୌଦ୍ୱାର: ଟାଙ୍ଗୀ-ଚୌଦ୍ୱାର ବ୍ଲକ ଇନ୍ଦ୍ରାଣୀପାଟଣା ଠାରେ ଥିବା ଏକ କାରଖାନା ପରିସରରୁ ଏକ ହରିଣ ମଙ୍ଗଳବାର ସନ୍ଧ୍ୟାରେ ଉଦ୍ଧାର କରାଯାଇଛି। ମିଳିଥିବା ସୁଚନା ଅନୁଯାୟୀ ବାଳି ଜଙ୍ଗଳରୁ ୨ଟି ହରିଣ ଚାଲି ଆସିଥିବା ବେଳେ ଏକ ଘରୋଇ କାରଖାନା ନିକଟରେ ହରିଣ ବୁଲୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ସେଥିମଧ୍ୟରୁ ଗୋଟିଏ ହରିଣ କାରଖାନା ପରିସର ଭିତରକୁ ଚାଲିଯାଇଥିବା ବେଳେ କିଛି ଲୋକ ତାକୁ ଧରିବାକୁ ଚେଷ୍ଟା କରିଥିଲେ। ହରିଣକୁ ଗୋଡାଗୋଡି କରିବାରେ ସେ ଆହତ ହୋଇଥିଲା। ଖବରପାଇ ଚୌଦ୍ୱାର ବନକର୍ମଚାରୀ ଘଟଣାସ୍ଥାଳରେ ପହଞ୍ଚି ମାଇ ହରିଣଟିକୁ ଉଦ୍ଧାର କରି ବନ କାର୍ଯ୍ୟାଳୟକୁ ଆଣିଥିଲେ ମଧ୍ୟ ସେଠାରେ ତାର ମୃତ୍ୟୁ ହୋଯାଇଥିବା ବନପାଳ ପୁର୍ଣ୍ଣ ଚନ୍ଦ୍ର ମହାନ୍ତି ସୁଚନା ଦେଇଛନ୍ତି। ହରିଣଟିର ବୟସ ଆନୁମାନିକ ୩ବର୍ଷ ହେବ ବୋଲି ସେ କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories