www.samajalive.in
Saturday, December 13, 2025
23.1 C
Bhubaneswar

ଖଣ୍ଡି କନପା ପର୍ୟ୍ୟଟନସ୍ଥଳୀ ପରିଦର୍ଶନ କଲେ ଜିଲ୍ଲାପାଳ

ବୌଦ୍ଧ: ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଗୁରୁବାର ୧ଘଣ୍ଟା ୩୦ ସମୟରେ ପ୍ରବଳ ଖରାରେ ଜିଲ୍ଲାର ଉପାନ୍ତ ଅଂଚଳରେ ଥିବା ଖଣ୍ଡିକନପା ପର୍ୟ୍ୟଟନ ସ୍ଥଳୀ ପରିଦର୍ଶନ କରିଛନ୍ତି। ଉକ୍ତ ସ୍ଥାନରେ ଥିବା ପର୍ୟ୍ୟଟନ ସ୍ଥଳୀର ବିକାଶ ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଉକ୍ତ ସ୍ଥାନରେ ଶଗଡା ଡ୍ୟାମ ଠାରୁ ଖଣ୍ଡି କନପା ପର୍ୟ୍ୟନ୍ତ ରାସ୍ତା ନିର୍ମାଣ ସହ ଉଭୟ ପାର୍ଶ୍ଵରେ ସୌନ୍ଦର୍ୟ୍ୟକରଣ, ବିଦ୍ୟୁତ, ପାନୀୟ ଜଳ ଯୋଗାଣ, ବାଘନଦୀ ମଝିରେ ଥିବା ଐତିହାସିକ ଗୁପ୍ତେଶ୍ୱର ବାବାଙ୍କ ମନ୍ଦିରକୁ ଦର୍ଶନ କରିବା ପାଇଁ ଭକ୍ତ ମାନଙ୍କ ପାଇଁ ଏକ ଝୁଲା ବ୍ରିଜ ନିର୍ମାଣ କରିବା ପାଇଁ ଆଲୋଚନା କରିଥିଲେ। ତାହା ସହିତ ପୂର୍ବରୁ ନିର୍ମାଣ ହୋଇଥିବା ପାର୍କ ଓ ଶୌଚାଳୟର ଦୂରାବସ୍ଥା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଆଗାମୀ ଦିନରେ କିଭଳି ଭାବରେ ଏହାର ଉନ୍ନତି ହୋଇପାରିବ ଓ ଖଣ୍ଡି କନପାର ପ୍ରାକୃତିକ ଶୋଭାରାଜି ଯେଉଁଭଳି ଭାବରେ ପର୍ୟ୍ୟଟନ ମାନଚିତ୍ରରେ ସ୍ଥାନ ପାଇବା ସହ ରାଜ୍ୟର ବିଭିନ୍ନ ସ୍ଥାନରୁ ପର୍ୟ୍ୟଟକମାନଙ୍କୁ ଆକୃଷ୍ଟ କରିବ ସେ ଦିଗରେ କାର୍ୟ୍ୟ କରିବାକୁ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର୍ୟ ଭଞ୍ଜନ ମୋଦନ ମୋହନ ପାତ୍ର, ଉପଜିଲ୍ଲାପାଳ ରବୀନ୍ଦ୍ର ନାଥ କହଁର,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିଆରସିଂଙ୍କ ସହ ଗ୍ରାମ୍ୟ ଉନ୍ନୟନ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ଥିଲେ।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories