www.samajalive.in
Wednesday, December 10, 2025
14.1 C
Bhubaneswar

ବୌଦ୍ଧ ଏନଏସିର ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଦେଖିଲେ ଜିଲ୍ଲାପାଳ

ବୌଦ୍ଧ: ବୌଦ୍ଧ ଏନଏସିର ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ପାଇଁ ଜିଲାପାଳ ପ୍ରକଳ୍ପ ଗୁଡିକ ବୁଲି ଦେଖିଛନ୍ତି। ଗୁରୁବାର ସକାଳୁ ଜିଲାପାଳ ସତ୍ୟରଂଜନ ସାହୁ ଅନ୍ୟ ଅଧିକାରୀମାନଙ୍କ ସହିତ ଏନଏସି ପକ୍ଷରୁ ରଘୁନାଥ ମନ୍ଦିର ନିକଟରେ ନିର୍ମାଣାଧିନ ଭେଣ୍ଡିଂଜୋନ, ବିଜୁ ପଟ୍ଟନାୟକ ଛକସ୍ଥିତ ପଥପ୍ରାନ୍ତ ସୁବିଧା କେନ୍ଦ୍ର ସମ୍ମୁଖରେ ବ୍ଲକ ପକ୍ଷରୁ ନିର୍ମାଣାଧୀନ ଯାତ୍ରୀ ବିଶ୍ରାମାଗାର ବୁଲି ଦେଖିବା ସହ ଅଧିକାରୀମାନଙ୍କୁ ତୁରନ୍ତ କାର୍ଯ୍ୟ ସଂପୁର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଜିଲ୍ଲା ପାଠାଗାର ପରିସର ମଧ୍ୟରେ ମୁକ୍ତା ଯୋଜନାରେ ନିର୍ମାଣ ହେବାକୁ ଥିବା ମୁକ୍ତ ପାଠାଗାର,ଚଲାପଥ,ବ୍ୟାୟାମ ଶାଳା ଆଦି କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ବାହୀ ଅଧିକାରୀ ଏନଏସିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ଜିଲା ଜରୂରୀ ଅଧିକାରୀ ଚନ୍ଦ୍ରକାନ୍ତ ବେହେରା, ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ଓ ନିର୍ବାହୀ ଅଧିକାରୀ ଇଂ. ମନୋରଂଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories