www.samajalive.in
Saturday, December 13, 2025
23.1 C
Bhubaneswar

୫୨ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ପରିଦର୍ଶନରେ ପଠାଇଲା ଜିଲା ପ୍ରଶାସନ

ବୌଦ୍ଧ: ବୌଦ୍ଧ ଜିଲାରେ ମାଟ୍ରିକ ପରୀକ୍ଷା ଫଳ ସନ୍ତୋଷଜନକ ହୋଇଥିବାବେଳେ ଜିଲାପାଳ ସତ୍ୟରଂଜନ ସାହୁଙ୍କ ନିର୍ଦ୍ଦେଶକ୍ରମେ ଭଲ ମାର୍କ ରଖିଥିବା ୫୨ ଜଣ ମେଧାବୀ ଛାତଛାତ୍ରୀଙ୍କୁ ସେମାନଙ୍କର ଉଚ୍ଚ ଶିକ୍ଷା ଗ୍ରହଣ ପୂର୍ବରୁ ଜ୍ଞାନ ଆହରଣ ପାଇଁ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନ ଓ ଅନୁଷ୍ଠାନ ପରିଦର୍ଶନରେ ପଠାଯାଇଛି। ଜିଲାପାଳ ଶ୍ରୀ ସାହୁ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଭଲ ଶିକ୍ଷା ଗ୍ରହଣ କରି ଜୀବନରେ ଜଣେ ସଫଳ ମଣିଷ ହେବାକୁ ପରାମର୍ଶ ଦେବା ସହିତ ବିଭିନ୍ନ ସ୍ଥାନ ଓ ଅନୁଷ୍ଠାନ ବୁଲି ନୂତନ ଅଭିଜ୍ଞତା ଓ ଅନୁଭୁତି ହାସଲ କରିବା ପାଇଁ କହିଥିଲେ। ଜିଲା ସମଗ୍ର ଶିକ୍ଷା ଅଭିଯାନ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ପରିଦର୍ଶନର ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ ସେମାନଙ୍କୁ ଭୁବନେଶ୍ୱରର ବଡ ବଡ ଶିକ୍ଷାନୁଷ୍ଠାନ କିମସ୍‌‌ ବିଶ୍ୱବିଦ୍ୟାଳୟ, ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟ, ଆଇଆଇଟି, ରାଜ୍ୟ ସଂଗ୍ରହାଳୟ, ବିଜ୍ଞାନ ପାର୍କ, ପଠାଣି ସାମନ୍ତ ପ୍ଲାନେଟୋରିୟମ, ଏମସ ଚିକିତ୍ସାଳୟ, ପରିଜା ଲାଇବ୍ରେରୀ ଆଦି ବୁଲାଇବାର ବ୍ୟବସ୍ଥା କରାଯାଇଛି। ଛାତ୍ରଛାତ୍ରୀମାନଙ୍କ ସହିତ ୧୦ ଜଣ ଗାଇଡ ଶିକ୍ଷକ, ଜିଲା ପ୍ରଶାସନର ଦୁଇଜଣ ଅଧିକାରୀ ଓ ଜିଲା ଶିକ୍ଷା ଅଧିକାରୀ ଡଃ. ଉଦୟନାଥ ମାଝି ଯାଇଥିବା ଜଣାଯାଇଛି। ଏକ ଶୀତାତାପ ନିୟନ୍ତ୍ରିତ ବସରେ ଛାତ୍ରଛାତ୍ରୀମାନେ ଆରାମଦାୟକ ଯାତ୍ରା କରିଥିବା ବେଳେ ଭୁବନେଶ୍ୱରଠାରେ ସେମାନଙ୍କର ଦୁଇଦିନିଆ ରହଣି ଓ ଖାଇବାର ବ୍ୟବସ୍ଥା କରାଯାଇଛି। ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟଠାରେ ଛାତ୍ରଛାତ୍ରୀମାନଙ୍କୁ ପୁଷ୍ପଗୁଛ ଓ ଚନ୍ଦନ ଟିକା ଲଗାଇ ସ୍ୱାଗତ କରାଯିବା ସହିତ ସବୁଜ ପତାକା ଦେଖାଇ ଜିଲାପାଳ ଓ ଅନ୍ୟ ଅଧିକାରୀମାନେ ଶୁଭଯାତ୍ରା କାମନା କରିଥିଲେ।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories