www.samajalive.in
Monday, December 15, 2025
14.1 C
Bhubaneswar

ମିଥ୍ୟା ଖବର ପ୍ରସାରଣ ଅଭିଯୋଗରେ ୱେବ୍ ପୋର୍ଟାଲ କାର୍ଯ୍ୟାଳୟ ଆଗରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ଡେସ୍କ: ୱେବ୍ ପୋର୍ଟାଲ ‘ଓଡ଼ିଶା ଭାସ୍କର’ରେ ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ମିଥ୍ୟା ଏବଂ ଚରିତ୍ର ସଂହାର ହେବା ଭଳି ଖବର ପ୍ରସାରଣ ହୋଇଥିବାରୁ କଂଗ୍ରେସ ପକ୍ଷରୁ ଏହାକୁ ବିରୋଧ କରାଯାଇଛି। ଏ ନେଇ ଗତକାଲି ଭୁବନେଶ୍ୱର ଜିଲା କଂଗ୍ରେସ ପକ୍ଷରୁ ସଭାପତି ବିଶ୍ୱଜିତ ଦାସଙ୍କ ନେତୃତ୍ୱରେ କ୍ୟାପିଟାଲ ଥାନାରେ ଏତଲା ରୁଜୁ କରାଯାଇଥିବା ବେଳେ ଆଜି ଶତାଧିକ କର୍ମୀ ‘ଓଡ଼ିଶା ଭାସ୍କର’ ୱେବ୍ ପୋର୍ଟାଲ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତେବେ ପ୍ରଦର୍ଶନ ସମୟରେ ପୋର୍ଟାଲ କାର୍ଯ୍ୟାଳୟ ଉପରକୁ ଟେକ ପଥର ମାଡ଼ ହୋଇଥିବା ଓ କାର୍ଯ୍ୟାଳୟର ଝରକା କାଚ ଭାଙ୍ଗିଥିବା ଅଭିଯୋଗ ହୋଇଛି।

ଗତକାଲି ଏଭଳି ସମ୍ବାଦ ପ୍ରସାରଣ ହେବା ପରେ ଜିଲା କଂଗ୍ରେସ ପକ୍ଷରୁ ଏହି ପୋର୍ଟାଲର ମାଲିକ ମଧୁ ମହାନ୍ତି, ସମ୍ପାଦକଙ୍କ ସମେତ ୟୁଟ୍ୟୁବ୍ ଏବଂ ଫେସବୁକ୍ ବିରୋଧରେ ଏତଲା ଦିଆଯାଇଛି। ଆଇପିସି ଧାରା ୪୯୯, ୫୦୦ ଏବଂ ଦେଶଦ୍ରୋହ ୧୨୪(କ)ରେ ମାମଲା ରୁଜୁ ପାଇଁ ଆବେଦନ କରାଯାଇଥିବା ଜଣାପଡ଼ିଛି। ଜିଲା କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ଏହି ପୋର୍ଟାଲ ଇନ୍ଦିରା ଗାନ୍ଧୀ, ତାଙ୍କ ପୁଅ ସଞ୍ଜୟ, ତାଙ୍କ ମା କମଳା ନେହରୁ, ପିତା ଜବାହାରଲାଲ ନେହରୁଙ୍କ ବିରୋଧରେ ଯେଭଳି ନିନ୍ଦନୀୟ ଏବଂ ଅଶ୍ଲୀଳ ଖବର ପ୍ରସାରଣ କରିଛି, ତାହା ସାଧାରଣ ଜନତାଙ୍କ ମନରେ ଆଘାତ ଦେଇଛି। ଏପରିକି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ମଧ୍ୟ ଏହି ପୋର୍ଟାଲରେ ଅପମାନିତ କରାଯାଇଛି। ଏହି ଅପରାଧିମାନଙ୍କୁ ତୁରନ୍ତ ଗିରଫ କରିବା ସହ ଏମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲା କଂଗ୍ରେସ ପକ୍ଷରୁ ଦାବି କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories