www.samajalive.in
Saturday, December 13, 2025
14.1 C
Bhubaneswar

ହୁମାରେ ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନ ରହଣି ପାଇଁ ଦାବିପତ୍ର

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ରେଳ ଷ୍ଟେସନଠାରେ ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନ ରହଣି ନିମନ୍ତେ ହୁମା ପଞ୍ଚାୟତ ସମିତି ସଭ୍ୟ ଧ୍ରୁବ ଚରଣ ପଲାଇଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବୁଧବାର ଇଷ୍ଟକୋଷ୍ଟ ରେଳବାଇ ଜେନେରାଲ ମ୍ୟାନେଜର ମନୋଜ ଶର୍ମାଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିସହ ଏନେଇ ଆଲୋଚନା କରିଥିବା ଜଣାପଡିଛି। ଦୀର୍ଘ ଦିନ ହେଲା ଏହି ଦାବୀ ହେଉଥିଲା କିନ୍ତୁ ରେଳ ବିଭାଗର ଦୃଷ୍ଟି ଏଠାରେ ପଡୁନଥିଲା। ଯାହାକୁ ନେଇ ସାଧାରଣରେ ଘୋର ଅସନ୍ତୋଷ ଦେଖା ଦେଇଥିଲା। ତେଣୁ ଏହି ପ୍ରତିନିଧି ଦଳ ସମସ୍ୟା ଦୂର କରିବା ପାଇଁ ରେଳ ବିଭାଗୀୟ ଅଧିକାରୀଙ୍କୁ ଭେଟିଛନ୍ତି।

ସୂଚନାଯୋଗ୍ୟ, ଉକ୍ତ ଟ୍ରେନ ରହିବା ଦ୍ୱାରା ସ୍ଥାନୀୟ ଅଂଚଳର ଛାତ୍ରଛାତ୍ରୀ, ଚାଷୀ, ମୂଲିଆ, ବ୍ୟବସାୟୀ ଯାତାୟତରେ ଉପକୃତ ହୋଇପାରିବେ। ପୂର୍ବରୁ ବିଭିନ୍ନ ସମୟରେ ବିଭିନ୍ନ ପଦାଧିକାରୀଙ୍କୁ ମଧ୍ୟ ସ୍ଥାନୀୟ ଅଞ୍ଚଳବାସୀ ଏନେଇ ବାରମ୍ବାର ଦାବୀ କରି ଆସୁଅଛନ୍ତି କିନ୍ତୁ କୌଣସି ସୁଫଳ ମିଳୁନି ବୋଲି ପ୍ରତିନିଧି ଦଳ କହିଛନ୍ତି। ଶହ ଶହ ଲୋକ ସକାଳ ହେଲେ ନିଜ ନିଜ କର୍ମ ପାଇଁ ବାହାରକୁ ଯିବାକୁ ପଡୁଛି। ହୁମା ନିକଟ ବିଭିନ୍ନ ଅଞ୍ଚଳର ମତ୍ସ୍ୟଜୀବୀମାନେ ବାଲୁଗାଁ, ଟାଙ୍ଗୀ ଖୋର୍ଦ୍ଧା, ଭୁବନେଶ୍ୱର, କଟକ ଆଦି ସହରକୁ ଶୁଖୁଆ ବିକ୍ରି କରିବାକୁ ଯାଇଥାନ୍ତି। ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ରେଳ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ସ୍ଥାନୀୟ ଅଂଚଳ ଲୋକଙ୍କ ସମସ୍ୟା ସମାଧାନ କରିବାକୁ ଦାବୀ ହୋଇଛି। ଅନ୍ୟଥା ଆନ୍ଦୋଳନ କରାଯିବ ବୋଲି ପ୍ରତିନିଧି ଦଳ ପକ୍ଷରୁ କୁହାଯାଇଛି । ଦାବିପତ୍ର ଦେବା ବେଳେ ସମିତି ସଭ୍ୟ ପଲାଇଙ୍କ ସମେତ ସନ୍ତୋଷ ମହାପାତ୍ର, ଶାନ୍ତନୁ ବାରିକି, ପ୍ରଶାନ୍ତ ପରିଡା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ସୂଚନା ଓ ଲୋକ ସମ୍ପର୍କ ବିଭାଗରେ ବହୁ ପଦ ଖାଲି

କାମଚଳା ଅଧିକାରୀଙ୍କ ଦାୟିତ୍ୱରେ ଜିଲା ଓ ମୁଖ୍ୟାଳୟ କଟକ : ସୂଚନା ଓ...

ସାଇବର ଥାନାରେ ଖୋଲିବ ଫୋରେନ୍‌ସିକ ୟୁନିଟ୍‌

ଭୁବନେଶ୍ବର : ସାଇବର ଅପରାଧୀଙ୍କ ପଞ୍ଝାରେ ଓଡ଼ିଶା। ସାଇବର ଠକେଇ କମୁନି,...

ସନ୍ତୋଷଙ୍କ ବିରୋଧରେ ବିଜେଡ଼ିର କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ବର : ବିଧାନସଭାରେ ମହାତ୍ମା ଗାନ୍ଧୀଙ୍କ ପ୍ରତି ଅଶୋଭନୀୟ ମନ୍ତବ୍ୟ ଓ...

ଆଜି ଆୟୁଷ୍ମାନ ଯୋଗ: ଶୁଭ ମୁହୂର୍ତ୍ତରେ କରନ୍ତୁ ଏହି କାର୍ଯ୍ୟ

ସମାଜ ଡିଜିଟାଲ ଡେସ୍କ: ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ଆଜି ଡିସେମ୍ବର ୧୩,...

ଶୀତରେ ଥରୁଛି ସାରା ଓଡିଶା

ଭୁବନେଶ୍ଵର: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ ଦିଗରୁ...

Related Articles

Popular Categories